ରାଜସ୍ଥାନ: ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାର ଘୋଷଣା ୪୦% ଲକ୍-ଡାଉନ୍ । ଓଡିଶାର ୮ଟି ପ୍ରମୁଖ ସହର ସମେତ ୫ଟି ଜିଲ୍ଲାକୁ ଲକ୍-ଡାଉନ୍ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ଟୋଟାଲ ଲକ୍-ଡାଉନ୍ ହୋଇଛି ।
In order to contain the spread of #CoronaVirus, there will be complete lockdown in #Rajasthan from tomorrow, except for essential services, till 31st March. All offices – govt and private, malls, shops, factories will be closed & public transport services will be shut down too.
— Ashok Gehlot (@ashokgehlot51) March 21, 2020
ଏ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ପ୍ରେସମିଟ୍ରେ ଘୋଷଣା କରିବା ସହ ଟୁଇଟ୍ ଜରିଆରେ ଜଣାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମାର୍ଚ୍ଚ ୨୨ରୁ ୩୧ ଯାଏଁ ରାଜସ୍ଥାନର ସମସ୍ତ ବୋର୍ଡର୍ ସିଲ୍ ରହିବ । ତାଜା ସ୍ଥିତି ଅନୁସାରେ ରାଜସ୍ଥାନରେ ୨୫ ଜଣଙ୍କ କୋଭିଡ୍-୧୯ ରିପୋର୍ଟ ପଜିଟିଭ ବାହାରିଥିବାବେଳେ ୪୦ଜଣଙ୍କ ରିପୋର୍ଟ ଆସିବାକୁ ବାକି ଅଛି । ଲକ୍ ଡାଉନ୍ ସମୟରେ ପନିପରିବା, କ୍ଷୀର, ଔଷଧ ଦୋକାନ ଓ ଅତ୍ୟାବଶ୍ୟକ ସାମଗ୍ରୀ ଭଳି ଦୋକାନ ଖୋଲା ରହିବ ।
ଏଠାରେ ସୂଚନାଯୋଗ୍ୟ ଯେ ସହରି ଇଲାକାରେ ରହୁଥିବା ଦିନ ମଜୁରିଆ ଓ ଫୁଟପାଥ ଦୋକାନୀଙ୍କ ପାଇଁ ମାଗଣାରେ ଖାଦ୍ୟ ପୁଡିଆ ବ୍ୟବସ୍ଥା କରାଯାଇଛି ।
Comments are closed.