Latest Odisha News

BREAKING NEWS

ରବିବାର ବର୍ଷା ସମ୍ଭାବନା: ଜାଣନ୍ତୁ, କେଉଁ ୯ଟି ଜିଲ୍ଲାକୁ ରହିଛି ୟେଲୋ ୱାର୍ଣ୍ଣିଂ !

ଭୁବନେଶ୍ୱର: ଓଡ଼ିଶାର ୯ଟି ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ଓ ଝଡ଼ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏପରିକି ଏହି ସବୁ ଜିଲ୍ଲା ଗୁଡ଼ିକରେ ବୃଷ୍ଟିପାତ ସାଙ୍ଗକୁ ପ୍ରବଳ ବେଗରେ ପବନ ବହିବାର ଆଶଙ୍କା ରହିଥିବାର ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ଦିଆଯାଇଥିବା ସତର୍କ ସୂଚନାନୁଯାୟୀ, ୨୨ ମାର୍ଚ୍ଚ ରବିବାର ଦିନ ଯେଉଁ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ସେହିସବୁ ଜିଲ୍ଲା ଗୁଡ଼ିକରେ ମଧ୍ୟ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ରହିବ ।

   ମାର୍ଚ୍ଚ ୨୨
(ୟେଲୋ ୱାର୍ଣ୍ଣିଂ)

ଯେଉଁ ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଏପରିକି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି । ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, ପୁରୀ, ଗଞ୍ଜାମ, ଗଜପତି ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ରହିଛି ।

ଶନିବାର ଦିନ ସନ୍ଧ୍ୟା ୫ଟା ୩୦ ସୁଦ୍ଧା ରାଜ୍ୟର ଯେଉଁ ସବୁ ଅଞ୍ଚଳରେ ବୃଷ୍ଟିପାତ ହୋଇଛି ପାଣିପାଗ ବିଭାଗ ପକ୍ଷରୁ ତାହାର ରେକର୍ଡ଼ କରାଯାଇଛି । ରାଜ୍ୟର ଭୁବନେଶ୍ୱରଠାରେ ସର୍ବାଧିକ ୩୪.୪ ମିଲିମିଟର ବୃଷ୍ଟିପାତ ରେକର୍ଡ଼ କରାଯାଇଥିବା ବେଳେ ମାଲକାନଗିରିଠାରେ ୧୩.୨ ମିଲିମିଟର, ରାୟଗଡ଼ାଠାରେ ୧୦.୪ ମିଲିମିଟର ଏବଂ ପାରଳାଖେମୁଣ୍ଡିଠାରେ ୬.୮ ମିଲିମିଟର ବର୍ଷା ହୋଇଥିବାର ଜଣାପଡ଼ିଛି ।

Leave A Reply

Your email address will not be published.