Latest Odisha News

କୋଭିଡ୍‌-୧୯ର ପ୍ରତିହତ ପାଇଁ ସରକାରଙ୍କ ସଂନିରୀକ୍ଷଣ କୌଶଳ ପ୍ରସ୍ତାବ ଆମନ୍ତ୍ରଣ

ଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢେଇ ପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ (AI) (Artificial Intelligence) ଓ IoT(Internet of Things) ଭଳି ନିରୀକ୍ଷଣ କାରିଗରୀର ବ୍ୟବହାର କରିବ । ଏ ନେଇ ଟେକ୍ନୋଲଜି ଡେଭଲପମେଣ୍ଟ ବୋର୍ଡ (TDB) ଭାରତୀୟ କମ୍ପାନୀମାନଙ୍କଠାରୁ ଦରଖାସ୍ତ ଆହ୍ୱାନ କରିଛି ।

ଦରଖାସ୍ତ ଆହ୍ୱାନକାରୀ କମ୍ପାନୀଗୁଡିକ ନିରୀକ୍ଷଣ ଯନ୍ତ୍ର ଓ ଜୌବସୂଚନା ପ୍ରଦାନ କଲା ଭଳି ସଂରଜାମ ନିର୍ମାଣ ତଥା ବିକଶିତ କରିବାକୁ ଟେକ୍ନୋଲଜି ଡେଭଲପମେଣ୍ଟ ବୋର୍ଡ (TDB) ପ୍ରସ୍ତାବ ଦେଇଛି । ତା ଛଡା (AI) ଓ IoT ଜରିଆରେ କିଭଳି ସ୍ପର୍ଶବିହୀନ ପରୀକ୍ଷଣ ବ୍ୟବସ୍ଥା, ମନିଟରିଂ ଓ କୋଭିଡ୍‌-୧୯କୁ ବ୍ୟାପିବାରେ ରୋକାଯାଇପାରିବ, ତାହାର ସମାଧାନ ବାହାର କରିବାକୁ ପ୍ରସ୍ତାବ ଦିଆଯାଇଛି ।ମାର୍ଚ୍ଚ ୩୦ ସୁଦ୍ଧା ସମସ୍ତ ଭାରତୀୟ କମ୍ପାନୀ ଦରଖାସ୍ତ ଦାଖଲ କରିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.