Latest Odisha News

BREAKING NEWS

କରୋନାକୁ ନେଇ ଏମିତି କ’ଣ କହିଲେ ବ୍ରିଟିଶ୍ ଅର୍ଥମନ୍ତ୍ରୀ; ଭାଷଣ ହେଲା ଭାଇରାଲ୍ !

ଲଣ୍ଡନ: ମରଣାନ୍ତକ କରୋନା ଭାଇରସର ପ୍ରକୋପ ସାରା ବିଶ୍ୱରେ ବ୍ୟାପୀ ଚାଲିଥିବା ବେଳେ ଏହାର ସଂକ୍ରମଣ ରୋକିବାକୁ ସବୁ ରାଷ୍ଟ୍ର ଗୁଡ଼ିକ ସାଧ୍ୟମତେ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହି ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ବ୍ରିଟିଶ୍ ସରକାର ମଧ୍ୟ ଲଢେଇ ଜାରି ରଖିଛନ୍ତି । ଚୀନ ପରେ ୟୁରୋପୀୟ ଦେଶ ଗୁଡ଼ିକ ବିଶେଷକରି ଇଟାଲୀ, ସ୍ପେନ ଏବଂ ବ୍ରିଟେନରେ ମଧ୍ୟ ନଭେଲ୍ କରୋନା କୋଭିଡ୍ ୧୯ ଭୂତାଣୁ ତା’ର କାୟା ବିସ୍ତାର କରିଚାଲିଛି । ଯାହାକି ୟୁରୋପୀୟ ଦେଶ ଗୁଡ଼ିକ ଲାଗି ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି । ତେବେ ଏହାର ମୁକାବିଲା ଲାଗି ବ୍ରିଟେନ ସରକାର ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଇତିମଧ୍ୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବ୍ରିଟେନର ‘ଚାନସେଲର୍ ଅଫ ଦି ଏକ୍ସଚେକର’ ବା ଅର୍ଥମନ୍ତ୍ରୀ ଋଷି ଶୁନକ କରୋନାକୁ ନେଇ ଏକ ଟିଟ୍ଟ୍ କରିଥିଲେ । ଏହି ଟ୍ୱିଟଟି ଏବେ ସାରା ବିଶ୍ୱରେ ଭାଇରାଲ୍ ହେବାରେ ଲାଗିଛି ।

ଭାରତୀୟ ବଂଶୋଦ୍ଭବ ଅର୍ଥମନ୍ତ୍ରୀ ଋଷି ତାଙ୍କ ଭାଷଣରେ କରୋନାର ମୁକାବିଲା ଲାଗି ଦେଶର ସମସ୍ତ ସରକାରୀ ତଥା ବେସରକାରୀ କର୍ମଚାରୀ ମାନେ ନିଜ ଜୀବନକୁ ବାଜି ଲଗାଇ ଯେପରି ଭାବେ ଦିନ ରାତି କାର୍ଯ୍ୟ କରୁଛନ୍ତି ଏହି କର୍ତ୍ତବ୍ୟରତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ଟର୍ ମାଧ୍ୟମରେ ଋଷି ଉଦବୋଧନ ଦେଇଥିଲେ ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସମଗ୍ର ବ୍ରିଟେନରେ କରୋନା ସଂକ୍ରମଣ ଲାଗି ଅଧିକାଂଶ କମ୍ପାନୀ ଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି ଏବଂ କର୍ମଚାରୀମାନଙ୍କୁ ଦରମା ଦେବା ସ୍ଥିତିରେ ମଧ୍ୟ ନାହାନ୍ତି । ସେମାନଙ୍କୁ ସରକାର ବେତନ ଦେବେ । ସରକାର ଏହି ବେସରକାରୀ କର୍ମଚାରୀମାନଙ୍କ ଦରମା ମଧ୍ୟ ବୁଝିବେ ।

କରୋନା ଯୋଗୁଁ ବୁଡ଼ି ଯାଉଥିବା ଅନେକ କମ୍ପାନୀ ଗୁଡ଼ିକୁ ବିନା ସୁଧରେ ବ୍ରିନେନ ସରକାର ଋଣ ଯୋଗାଇଦେବାକୁ ମଧ୍ୟ ଘୋଷଣା କରିଛନ୍ତି । କର୍ମଚାରୀମାନଙ୍କ ୮୦ ପ୍ରତିଶତ ବେତନ ବା ଦରମା ସରକାର ଯୋଗାଇଦେବାକୁ ମଧ୍ୟ ଶ୍ରୀ ଶୁନକ ଟ୍ୱିଟ୍ଟର୍ ମାଧ୍ୟମରେ ଘୋଷଣା କରିଛନ୍ତି ।

ଏହି ଟ୍ୱିଟକୁ ଏବେ ବ୍ରିଟେନ ସମେତ ସାରା ବିଶ୍ୱରେ ହଜାର ହଜାର ୟୁଜର୍ସ ଲାଇକ୍ କରିବା ସହିତ ଅର୍ଥମନ୍ତ୍ରୀ ଋଷିଙ୍କୁ ପ୍ରଶଂସା କରିଛନ୍ତି । ଋଷିଙ୍କ ଏହି ମହାନତାକୁ ସାରା ବିଶ୍ୱରେ ପ୍ରଶଂସିତ କରାଯିବା ସହିତ ତାଙ୍କୁ କେତେକ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି ବୋଲି ଟ୍ୱିଟ୍ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.