Latest Odisha News

BREAKING NEWS

କୋଭିଡ୍‌-୧୯: ଅପପ୍ରଚାର କରି ଚାକିରୀ ହରାଇଲେ ଇନ୍‌ଫୋସିସ୍ କର୍ମଚାରୀ !

ବେଙ୍ଗାଲୁରୁ: ଜଣେ କର୍ମଚାରୀଙ୍କୁ ବରଖାସ୍ତ କଲା ଇନ୍‌ଫୋସିସ୍ । ସୋସିଆଲ୍ ମିଡିଆରେ କରୋନାଭାଇରସ୍‌କୁ ନେଇ ଅପପ୍ରଚାର କରି କର୍ମଚାରୀ ଜଣକ ନିଜ ଚାକିରୀ ହରାଇଛନ୍ତି ।

ଶୁକ୍ରବାର ଦିନ ବେଙ୍ଗାଲୁରୁ ସ୍ଥିତ ଇନଫୋସିସ୍ ନିଜର ଜଣେ କର୍ମଚାରୀଙ୍କୁ ଚାକିରୀରୁ ବିଦା କରିଛି । ସୋସିଆଲ୍ ମିଡିଆରେ କରୋନାଭାଇରସ୍‌କୁ ନେଇ ଅପପ୍ରଚାର କରିବା ଅଭିଯୋଗରେ ଅଭିଯୁକ୍ତ କର୍ମଚାରୀ ମୁଜିବ ମହମ୍ମଦଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ସିଟି କ୍ରାଇମ୍ ବ୍ରାଂଚ୍ (CCB)

ଏଭଳି ଘଟଣାକୁ କମ୍ପାନୀ ଆଦୌ ବରଦାସ୍ତ କରିବନି । ସଂପୃକ୍ତ କର୍ମଚାରୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଅନୁସନ୍ଧାନ କରି ତାଙ୍କୁ ଚାକିରୀରୁ ବାହାର କରାଯାଇଥିବା ଟୁଇଟ୍ ଜରିଆରେ ସ୍ପଷ୍ଟ କରିଛି ବେଙ୍ଗାଲୁରୁ ଇନ୍‌ଫୋସିସ୍ ।

ଅଭିଯୁକ୍ତ ମୁଜିବ ଗୁରୁବାର ଦିନ “ଆସନ୍ତୁ ମିଳିମିଶି ବାହାରେ ପବ୍ଲିକଙ୍କ ପାଖରେ ଛିଙ୍କିବା ଓ ଭାଇରସ୍‌କୁ ବ୍ୟାପକ କରିବା” ବୋଲି ପୋଷ୍ଟ କରିଥିଲା ।

ପୂର୍ବରୁ କୋଭିଡ୍‌-୧୯କୁ ନେଇ କୌଣସି ପ୍ରକାର ମିଥ୍ୟା ଗୁଜବ କି ଅପପ୍ରଚାର ସୃଷ୍ଟି ନ କରିବା ପାଇଁ ଭାରତ ସରକାର ସମସ୍ତଙ୍କୁ ତାଗିଦ୍ କରିଆସିଛି ।

ଚାଇନାରୁ ସୃଷ୍ଟି ହୋଇଥିବା କରୋନାଭାଇରସ୍ ସାରା ବିଶ୍ୱରେ ଆତଙ୍କ ଖେଳାଇଛି । ଭାରତରେ ୮୦୦ରୁ ଅଧିକ ସକ୍ରିୟ ମାମଲା ଥିବାବେଳେ ୨୦ ଜଣ ମୃତ୍ୟୁମୁଖରେ ପଡିଛନ୍ତି ।

Leave A Reply

Your email address will not be published.