Latest Odisha News

BREAKING NEWS

କୋଭିଡ୍‌-୧୯: ଜାଣନ୍ତୁ କେଉଁ ଅଭିନେତ୍ରୀ ସାଜିଲେ ହସ୍ପିଟାଲ୍ ନର୍ସ ?

ମୁମ୍ବାଇ: ସାରା ଦେଶରେ କରୋନା ମହାମାରୀ । ଏତିକିବେଳେ ଦେଶ ପାଇଁ ଆଗେଇ ଆସିଛନ୍ତି ଶିଖା ମଲହୋତ୍ରା । ରିଲ୍ ନୁହେଁ ବରଂ ରିଏଲ୍ ଲାଇଫ୍‌ରେ ଅଭିନେତ୍ରୀରୁ ସାଜିଲେ ହସ୍ପିଟାଲ୍‌ ନର୍ସ ।

ଫିଲ୍ମ କାଂଚିଲିରେ ଅଭିନୟ କରିଥିଲେ ଶିଖା ମଲହୋତ୍ରା । ଆଉ ତା ପୁଣି ସଂଜୟ ମିଶ୍ରାଙ୍କ ଭଳି ପୁରୁଖା କଳାକାରଙ୍କ ସହ ।

ଲକ୍‌-ଡାଉନ୍ ସ୍ଥିତିରେ ଅଭିନୟରେ ଫୁଲ୍‌ ଷ୍ଟପ୍ ମାରି ଏବେ ଶିଖା ମହାରାଷ୍ଟ୍ରର ବାଲାସାହେବ ଠାକ୍‌ରେ ଟ୍ରୌମା ହ୍‌ସିପଟାଲ୍‌ର ଆଇସୋଲେସନ୍ ବିଭାଗରେ କାର୍ଯ୍ୟରତ ।

୨୦୧୪ରେ ଦିଲ୍ଲୀର ବର୍ଦ୍ଧମାନ ମହାବୀର ମେଡିକାଲ କଲେଜରେ ନର୍ସିଂ କୋର୍ସ କରିଥିଲେ । ତେବେ ଅଭିନୟ କ୍ଷେତ୍ରରେ ପାଦ ଥାପିବା ପରେ ନର୍ସିଂ କ୍ଷେତ୍ରକୁ ସମୟ ଦେଇପାରିନଥିଲେ ।

ତାଜା ସ୍ଥିତିର ଜଟିଳତାକୁ ମାପି ସେ କରୋନା ବିରୋଧରେ ନିଜକୁ ସାମିଲ କରିଛନ୍ତି । ସ୍ୱାର୍ଥହୀନ ଭାବେ ନିଜ ଦେଶର ଲୋକଙ୍କ ସେବାରେ ସେ ନିଜକୁ ନିୟୋଜିତ କରି ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

Leave A Reply

Your email address will not be published.