Latest Odisha News

BREAKING NEWS

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସାହାଯ୍ୟ କଲେ ଓଲିଉଡ କଳାକାର

ଭୁବନେଶ୍ୱର : କରୋନା ଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ବିଭିନ୍ନ ବର୍ଗର ଲେକୋ ଆର୍ଥିକ ସହାୟତା କରୁଛନ୍ତି । ତେବେ ଏଥିରୁ ବାଦ ପଡିନାହାନ୍ତି ଓଲିଉଡ କଳାକାର, ନିର୍ଦ୍ଦେଶକ ଓ ପ୍ରଯୋଜକ ।


ଓଲିଉଡରେ ପ୍ରଥମ ବ୍ୟକ୍ତି ଭାବେ ପ୍ରଯୋଜକ ଅକ୍ଷୟ ପରିଜା ଏକ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ସେ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ବାବଦକୁ ପାଇଥିବା ୫୦ ହଜାର ଟଙ୍କା ସହ ଆଉ ୫୦ ହଜାର ଟଙ୍କା ମିଶାଇ ଏକ ଲକ୍ଷ ଟଙ୍କା ଦେଇଛନ୍ତି ।

ସେପଟେ ଅଭିନେତା ସବ୍ୟସାଚୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସେହିପରି କର ଫାଉଣ୍ଡେସନ ପକ୍ଷରୁ ଅଭିନେତା ଚନ୍ଦନ କର ୧୦ ଲକ୍ଷ ଟଙ୍କା ଦେଇଛନ୍ତି ।

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନିଜ ସାଂସଦ ପାଣ୍ଠିରୁ ନିଜ ସଂସଦୀୟ କ୍ଷେତ୍ର ପାଇଁ ଏକ କୋଟି ୫ ଲକ୍ଷ ଟଙ୍କାର ଚେକ୍ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଦେଇଛନ୍ତି ।

ଯାତ୍ରା ଜଗତରେ ଚର୍ଚ୍ଚିତ ଆଇଟମ୍ ଡ୍ୟାନ୍ସର ରାନି ପଣ୍ଡା ବି ନିଜକୁ ଏଥିରେ ସାମିଲ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ଦେଇଛନ୍ତି ।

Leave A Reply

Your email address will not be published.