ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୩୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେଥିମଧ୍ୟରୁ ସଙ୍ଗରୋଧରୁ ୧୬ ଓ ସ୍ଥାନୀୟ ଅଂଚଳରୁ ୨୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Update on newly detected #COVID19 cases in the last
24 hrs under the BMC area on 23rd Nov (till 9am) pic.twitter.com/g25qaBl2tu— BMC (@bmcbbsr) November 23, 2020
ଯାହାକୁ ମିଶାଇ ରାଜଧାନୀରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩୦,୪୯୮ରେ ପହଂଚିଛି । ସେଥି ମଧ୍ୟରୁ ୨୯,୭୧୩ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଛନ୍ତି ।
ଅପରପକ୍ଷରେ ୫୫୬ଟି ସକ୍ରିୟ ମାମଲା ରହିଥିବା ବେଳେ ୨୦୮ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।
Comments are closed.