Latest Odisha News

BREAKING NEWS

୨୪ ଘଣ୍ଟାରେ ୧୪୬ ନୂଆ ମାମଲା ସହ ରାଜ୍ୟରେ ୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

୨୪ ଘଣ୍ଟାରେ ୧୪୬ ନୂଆ ମାମଲା ସହ ରାଜ୍ୟରେ ୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୬ ଟି ନୂଆ କରୋନାଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫ ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଆଜି ଚିହ୍ନଟ ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୮ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରେ ହୋଇଥିବାବେଳେ ୧୮ ଟି ସ୍ଥାନୀୟ ମାମଲା ରହିଛି ।

କେଉଁ ଜିଲ୍ଲାରୁ କେତେ…

 

ଏହାଛଡା ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୧୫ ଜିଲ୍ଲାରୁ ଏହି ୧୪୬ ଜଣ ନୂଆ ଆକ୍ରାନ୍ତ ବାହାରିଥିବା ବେଳେ ୧୧୪ ଜଣ ସୁସ୍ଥ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୯ ଅଗ୍ନିଶମ କର୍ମଚାରୀ ରହିଛନ୍ତି, ଯେଉଁମାନେକି ନିକଟ ବାତ୍ୟା ଅମ୍ଫାନର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗରୁ ଫେରିଥିଲେ ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧୩୩୩ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୨୭୦୮ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.