Latest Odisha News

BREAKING NEWS

କୋଭିଡ୍ -୧୯: କାହିଁକି ଭାଇରାଲ୍ ହେଲା ସାଉଦି ଡାକ୍ତରଙ୍କ ଭିଡିଓ ?

ସାଉଦି ଆରବ : କରୋନା ମହାମାରୀ ସହ ଲଢୁଛି ସାରା ବିଶ୍ୱ । ଏହି ଲଢେଇ ଭିତରେ ଜଣେ ଡାକ୍ତରଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ସାଉଦିରେ କରୋନା ମହାମାରୀକୁ ରୋକିବା ଲାଗି ମେଡିକାଲ୍ ପ୍ରଫେସ୍‌ନାଲ୍‌ ମାନଙ୍କୁ ଦିନରାତି ଖଟିବାକୁ ପଡୁଛି । ତା ଛଡା ଏହି ଭାଇରସ୍ ଯେପରି ଅନ୍ୟ କାହାକୁ ସଂକ୍ରମିତ ନ କରେ, ସେ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡିଥାଏ ।

ଏହି ଭିଡିଓରେ ସାଉଦି ଡାକ୍ତର ହସ୍ପିଟାଲରୁ ଘରକୁ ଫେରିଛନ୍ତି । ତାଙ୍କ ପୁଅ ଆଲିଙ୍ଗନ କରିବାକୁ ଦୌଡି ଆସିଥିଲାବେଳେ ଡାକ୍ତର ଜଣକ ତାକୁ ଅଟକାଇଥିଲେ । ହେଲେ ହଠାତ୍ ସେହି ଡାକ୍ତର ଜଣକ ନିଜ ପୁଅକୁ ଆଲିଙ୍ଗନ କରିନପାରିବାର କଷ୍ଟକୁ ସହିନପାରି କାନ୍ଦି ପକାଇଥିଲେ ।

ଆରବ୍ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଡାକ୍ତରଙ୍କ ପରିଚୟ ନାସିର୍ ଅଲ୍ଲି ଅଲ୍ ସେହରାନୀ । ଏହି ଭିଡିଓଟିକୁ ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ସୋସିଆଲ୍ ମିଡିଆରେ ଶେୟାର କରାଯାଇଛି ।

Leave A Reply

Your email address will not be published.