Latest Odisha News

BREAKING NEWS

ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ଗୋରୁ ଭର୍ତ୍ତି କଣ୍ଟେନର, ୫୦ ଗାଈଙ୍କ ମୃତ୍ୟୁ

କୋରାପୁଟ: ରାଜ୍ୟରେ ଗୋ-ଚାଲାଣ ଥମୁ ନଥିବା ବେଳେ କୋରାପୁଟରୁ ଆସିଛି ଦୁଃଖଦ ଖବର । ରାଞ୍ଚି-ବିଜୟୱାଡ଼ା ୩୨୬ ନମ୍ବର ଜାତୀୟ ରାଜପଥରେ ମାଲକାନଗିରି ଅଭିମୁଖେ ଯାଉଥିବା ଏକ ଗୋରୁ ଭର୍ତ୍ତି କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳର ଘଟଣାସ୍ଥଳରେ ୫୦ ଗାଈଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

କର୍ଣ୍ଣାଟକ ନମ୍ବର ଥିବା କଣ୍ଟେନରଟି ବୈପାରୀଗୁଡ଼ା ଥାନା ଟାପାଯୋଡ଼ି ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହୋଇ ଓଲଟି ପଡ଼ିଥିଲା । କଣ୍ଟେନରରେ ଶହେରୁ ଅଧିକ ଗୋରୁଗାଈ ଥିଲେ । ୫୦ ଗାଈଙ୍କ ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ପରେ ଗାଡ଼ି ଚାଳକ ଫେରାର୍ ହୋଇ ଯାଇଥିବା ବେଳେ ପୋଲିସ ତଦନ୍ତ କରୁଛି ।

ତେବେ କିଏ, କେଉଁ ଉଦ୍ଦେଶ୍ୟରେ ଗୋଟିଏ କଣ୍ଟେନରରେ ଶହେରୁ ଅଧିକ ଗୋରୁଙ୍କୁ ଚାଲାଣ କରୁଥିଲା ଜଣା ପଡ଼ି ନାହିଁ । ଏହା ପଛରେ ଏକ ବଡ଼ ରାକେଟର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ସେନେଇ କିଛି ପ୍ରତିକ୍ରିୟା ଦେଇ ନାହିଁ ।

Leave A Reply

Your email address will not be published.