Latest Odisha News

BREAKING NEWS

କେତେ ସୁଦ୍ଧ ସଙ୍ଗମ ଜଳ? ସାମ୍ନାକୁ ଆସିଲା ସିପିସିବି ରିପୋର୍ଟ

ପ୍ରୟାଗରାଜ: ଏବେ ମହାକୁମ୍ଭକୁ ଛୁଟିଛି ଭକ୍ତଙ୍କ ସୁଅ । ଦେଶଦୁନିଆରୁ ଏଯାବତ ୫୯ କୋଟି ୩୧ ଲକ୍ଷ ଲୋକ ଆସ୍ଥାର ବୁଡ ପକାଇସାରିଥିବା ବେଳେ ଖୁବଶୀଘ୍ର ଏହି ସଂଖ୍ୟା ୬୦ କୋଟି ଛୁଇଁବା ନେଇ ଆଶା । ଗୋଟେ ପଟେ ଭକ୍ତ ଆସ୍ଥା ସଙ୍ଗମ ସୟ ଜଡିତ ହୋଇଥିବା ବେଳେ ଏବେ ଘାରିଛି ସଙ୍ଗମ ଜଳର ବିଶୁଦ୍ଧତା ଚିନ୍ତା । ଏହାକୁ ନେଇ ଏବେ ସିପିସିବି ରିପୋର୍ଟ ଏବେ ବଡ ଦାବି କରିଛି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସିପିସିବି ଦେଇଥିବା ରିପୋର୍ଟ ଅନୁଯାୟୀ, ସଙ୍ଗମ ପାଣି ପ୍ରଦୂଷିତ ଅଟେ । ଏହାର ଗୁଣାବତ୍ତା ଏତେ ଖରାପ ଯେ, ଏହା ଗାଧୋଇବା ପାଇଁ ମଧ୍‌ୟ ଉପଯୁକ୍ତ ନୁହେଁ । ଏହି ଜଳରେ ଫେକାଲ କୋଲିଫର୍ମ ମାତ୍ରା ଅଧିକ ରହିଥିବା ଦର୍ଶାଯାଇଛି । ରିପୋର୍ଟ ସାମ୍ନାକୁ ଆସିବା ପରେ ବିରୋଧୀ ଲଗାତାର ୟୁପି ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । ହେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସଙ୍ଗମ ଜଳକୁ ସ୍ନାନ ତଥା ଆଚମନ ପାଇଁ ମଧ୍ୟ ଯୋଗ୍ୟ ବୋଲି ଦାବି କରିଥିଲେ।

ତେବେ ପ୍ରୟାଗରାଜର ଗଙ୍ଗା ନଦୀ ଜଳରେ ମଳ କୋଲିଫର୍ମ ଏବଂ ଅମ୍ଳଜାନ ସ୍ତର ଭଳି ଜଳ ଗୁଣବତ୍ତା ପାରାମିଟର ବିଷୟରେ ପର୍ଯ୍ୟାପ୍ତ ସୂଚନା ପ୍ରଦାନ ନକରିବା ପାଇଁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍, ଏଇ ବୁଧବାର ଉତ୍ତର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ୟୁପିପିସିବି) ଏବଂ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି । ଟ୍ରିବ୍ୟୁନାଲ୍ ଗୋଟିଏ ସପ୍ତାହ ମଧ୍ୟରେ ଗଙ୍ଗା ଏବଂ ଯମୁନାର ଜଳର ଗୁଣବତ୍ତା ଉପରେ ଏକ ନୂତନ ରିପୋର୍ଟ ଦାଖଲ କରିବାକୁ ୟୁପିପିସିବିକୁ ନିର୍ଦ୍ଦେଶ ଦେଇଛନ୍ତି।

ଏନଜିଟି ଅଧ୍ୟକ୍ଷ ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତବ, ନ୍ୟାୟିକ ସଦସ୍ୟ ସୁଧୀର ଅଗ୍ରୱାଲ ଏବଂ ବିଶେଷଜ୍ଞ ସଦସ୍ୟ ଏ ସେନ୍ଥି ୱେଲଙ୍କ ଖଣ୍ଡପୀଠ ଡିସେମ୍ବର ଆଦେଶର ପାଳନ ଉପରେ ଶୁଣାଣି କରୁଥିଲେ। ଏଥିରେ, କୁମ୍ଭ ସମୟରେ ଗଙ୍ଗା ଏବଂ ଯମୁନା ନଦୀର ଜଳ ପିଇବା ଏବଂ ସ୍ନାନ ପାଇଁ ଉପଯୁକ୍ତ ବୋଲି ନିଶ୍ଚିତ କରିବାକୁ ଉତ୍ତର ପ୍ରଦେଶ ସରକାର ଏବଂ ସିପିସିବିକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ପରେ ଜଣାପଡିଥିଲା କି ଯେ, ୟୁପି ସରକାର ପରୀକ୍ଷଣ ପାଇଁ ଦେିଥିବା ନମୁନା, ପୁରୁଣା ସଙ୍ଗମ ଜଳ ଥିଲା । ଯାହାକୁ ନେଇ ସରକାରଙ୍କୁ ଭତ୍ସନା କରିଥିଲା ଏନଜିଟି ।

Comments are closed.