Latest Odisha News

BREAKING NEWS

ବିମାନରେ ଫଟା ସିଟ୍, ଏୟାରଲାଇନ୍ସ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ବିମାନରେ ଫଟା ସିଟ୍, ଏୟାରଲାଇନ୍ସ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶନିବାର ଦିନ ଏୟାର ଇଣ୍ଡିଆରେ ଭୋପାଳ-ଦିଲ୍ଲୀ ବିମାନରେ ଯାତ୍ରା କରିଥିଲେ।

ସୂଚନା ଅନୁଯାୟୀ, ବିମାନରେ ତାଙ୍କୁ ଖରାପ ସିଟ୍ ଦିଆଯାଇଥିଲା। ଯାହାପରେ ସେ ଏୟାରଲାଇନ୍ସର ଏଭଳି ଖରାପ ସେବାକୁ ନିନ୍ଦା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ସେ କହିଛନ୍ତି, “ମୁଁ ଏୟାର ଇଣ୍ଡିଆରେ ଭୋପାଳରୁ ଦିଲ୍ଲୀ ବିମାନ ନମ୍ବର AI 436 ରେ ଏକ ଟିକେଟ ବୁକ୍ କରିଥିଲି। ମୋତେ 8C ନମ୍ବର ସିଟ୍ ଦିଆଯାଇଥିଲା। କିନ୍ତୁ ବିମାନରେ ପ୍ରବେଶ କଲା ପରେ ଏହାର ସିଟ୍ ଅତ୍ଯନ୍ତ ଖରାପ ସ୍ଥିତିରେ ଥିଲା। ତେବେ ଏୟାରଲାଇନ୍ସ ପକ୍ଷରୁ ଏହି ସିଟର ଟିକେଟ୍ ବିକ୍ରି କରାନଯିବାକୁ କୁହାଯାଇଥିଲା।

Comments are closed.