Latest Odisha News

BREAKING NEWS

ଦରଦାମ ବୃଦ୍ଧିର ପ୍ରତିବାଦ

ପୁରୀ: କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ଫଳରେ ଦେଶରେ ତୈଳ, ଗ୍ୟାସ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ଦର ଆକାଶ ଛୁଆଁ । ବିଦ୍ୟୁତ ଘରୋଇ ଟାଟା ପାୱାର ହାତରେ ଟେକି ଦେବା ଯୋଗୁଁ ଉପଭୋକ୍ତା ଦୁର୍ଦଶା ଭୋଗୁଛନ୍ତି । କୋଭିଡରେ ଲୋକଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ କୋଡିଏ ଲକ୍ଷ କୋଟି କୁଆଡେ ଗଲା , କଳା କୃଷି ଆଇନ, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ପ୍ରତ୍ୟାହାର ଦାବୀ ନେଇ ବିକ୍ଷୋଭ ।

ଆଜି ସିପିଆଇ (ଏମ ) ପକ୍ଷରୁ ପୁରୀ ଜିଲ୍ଲାପାଳ ଅଫିସରେ ବିକ୍ଷୋଭ କରାଯାଇ ଦାବୀ ପତ୍ର ଦିଆଯାଇଛି । ଲୋକଙ୍କ ଆର୍ଥିକ କ୍ଷମତା ବଢାଇବା ପାଇଁ ଆର୍ଥିକ ପାକେଜ, ଜିନିଷ ପତ୍ର , ତୈଳ, ଗ୍ୟାସ , ଔଷଧର ଦର କମାଇବା, ବିଦ୍ୟୁତକୁ ଘରୋଇ କମ୍ପାନୀ ହାତରୁ ଉଦ୍ଧାର କରିବା , ବସ୍ତି ଅଞ୍ଚଳ ଲୋକଙ୍କୁ ବାସ ଗୃହ ଯୋଗାଇବା ପ୍ରଭୁତି ଦାବୀ ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଛି ।

Leave A Reply

Your email address will not be published.