Latest Odisha News

BREAKING NEWS

କୋହଲିଙ୍କ ବିରାଟ ଘୋଷଣା, ଟି୨୦ ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଆଗାମୀ ଟି୨୦ ବିଶ୍ୱକପ ପରେ ସେ ଟି୨୦ ଅଧିନାୟକ ପଦରୁ ଇସ୍ତଫା ଦେବେ । ତେବେ ସେ ଦିନିକିଆ ଏବଂ ଟେଷ୍ଟରେ ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ସ୍ପଷ୍ଟ କରିଛନ୍ତି । କୋହଲିଙ୍କ ଇସ୍ତଫା ପ୍ରସଙ୍ଗ ଏବେ ବେଶ କିଛି ଦିନ ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଥିଲା । ବିଭିନ୍ନ ଗଣମାଧ୍ୟମରେ କୋହଲି ଅଧିନାୟକ ପଦ ଛାଡିବା କଥା ପ୍ରକାଶ ପାଇଥିଲେ ମଧ୍ୟ ପରେ ବିସିସିଆଇ ଏହାକୁ ଖଣ୍ଡନ କରିଥିଲେ । ଆଜି ଏହି ନାଟକର ଯବନିକା ନିଜେ କୋହଲି ପକାଇଛନ୍ତି । ସୋସିଆଲ ସାଇଟରେ ସେ ଏକ ପତ୍ର ମାଧ୍ୟମରେ ଅଧିନାୟକ ପଦ ଛାଡିବା କଥା ଲେଖିଛନ୍ତି ।

ମୁଁ ଗତ ୯ ବର୍ଷ ଧରି ସମସ୍ତ ଫର୍ମାଟରେ ଦଳର ନେତୃତ୍ୱ ନେଇ ଆସୁଛି । କାର୍ଯ୍ୟଭାର ଯୋଗୁ ମୁଁ ଚାପରେ ରହୁଛି । ଏବେ ନିଜକୁ କିଛି ସମୟ ଦେବାକୁ ଚାହୁଁଛି ବୋଲି ଲେଖିଛନ୍ତି । ଭାରତର ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବର ବିଷୟ । ଯେଉଁମାନେ ସହଯୋଗ କରିଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଦେଉଛି । ରୋହିତ ଶର୍ମା ଟି୨୦ ଅଧିନାୟକ ଦୌଡରେ ଆଗରେ ରହିଛନ୍ତି ।

Leave A Reply

Your email address will not be published.