Latest Odisha News

BREAKING NEWS

ରସୁଲଗଡ ଓଭରବ୍ରିଜ୍‌ରେ ଫାଟ, ଲୋକେ ଆତଙ୍କିତ

ଭୁବନେଶ୍ୱର: ରସୁଲଗଡ ଓଭରବ୍ରିଜରେ ସୃଷ୍ଟି ହୋଇଛି ଫାଟ । ଓଭରବ୍ରିଜର ସଂଯୋଗ ସ୍ଥଳରେ ଏକ ବିରାଟ ପଥର ଖଣ୍ଡ ଝୁଲି ରହିଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି । ଓଭରବ୍ରିଜ ଉପର ଦେଇ ଶହ ଶହ ଗାଡିମଟ ଯିବା ଆସିବା କରୁଛି । ସେହିପରି ତଳେ ମଧ୍ୟ ଲୋକେ ଯିବା ଆସିବା କରୁଛନ୍ତି । ତେବେ କେତେବେଳେ ମଧ୍ୟ ଏହି ପଥର ଖଣ୍ଡ ଖସିପାରେ ବୋଲି ଲୋକେ ଆଶଙ୍କା କରିଛନ୍ତି ।
ଖବର ଜଣାପଡିବା ପରେ ଘଟଣାସ୍ଥଳରେ ପୋଲିସ ଓ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ପହଂଚିଛନ୍ତି । ଓଭରବ୍ରିଜ୍ ତଳେ ବ୍ୟାରିକେଡ କରାଯାଇଛି । ଲୋକଙ୍କୁ ସେହି ସ୍ଥାନ ଦେଇ ଯିବା ଆସିବା କରିବା ପାଇଁ ମନା କରାଯାଇଛି । ଖୁବ୍‌ଶ୍ରୀଘ ସେହି ବଡ ସ୍ଲାବକୁ ଫାଟ ହୋଇଥିବା ସ୍ଥାନରୁ ବାହାର କରାଯିବ ବୋଲି ଏନ୍‌ଏଚ୍‌ଏଆଇ କର୍ତ୍ତୁପକ୍ଷ କହିଛନ୍ତି । ତେବେ କଟକ-ଭୁବନେଶ୍ୱର ରୋଡ୍ ଦେଇ ହଜାର ହଜାର ଲୋକ ଯାଆସ କରୁଥିବାରୁ ଝୁଲି ରହିଥିବା ପଥରକୁ ବାହାର କରିବା ନେଇ ସମସ୍ୟା ଦେଖା ଦେଇଛି । ସେପଟେ ଓଭରବ୍ରିଜ୍‌ର ଫାଟକୁ ଦେଖିବା ପାଇଁ ଘଟଣାସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି ।

Leave A Reply

Your email address will not be published.