Latest Odisha News

BREAKING NEWS

ନିର୍ମାଣ କ୍ଷେତ୍ରରେ ନୂତନ ନୀୟମାବଳୀର ପରିବର୍ତନକୁ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ସ୍ୱାଗତ

ଭୁବନେଶ୍ୱର: କୋଭିଡ୍‌-୧୯ ମହାମାରୀ ଓ ଦେଶବ୍ୟାପୀ ଲକଡାଉନ ପରେ ରାଜ୍ୟର ରିୟଲ ଇଷ୍ଟେଟ୍ ସେକ୍ଟରରେ ନୂତନ
ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣ ସମ୍ବନ୍ଧୀୟ ପ୍ଲାନିଂ ଓ ବିଲ୍ଡିଂ ନିୟମାବଳୀରେ
କରାଯାଇଥିବା ପରିବର୍ତନକୁ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ସ୍ୱାଗତ କରାଯାଇଛି।

ସଂପ୍ରତି କୋଭିଡ୍‌-୧୯ ମହାମାରୀ ଦେଶର ସମସ୍ତ ଶିଳ୍ପକୁ ବ୍ୟାପକ ଭାବେ ପ୍ରଭାବିତ କରିଛି। ରିୟଲ ଇଷ୍ଟେଟ୍ ସେମାନଙ୍କ
ମଧ୍ୟରେ ଅନ୍ୟତମ ପ୍ରମୁଖ ଶିଳ୍ପ।

ଲକଡାଉନ ପରବର୍ତୀ ସମୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ କୁଶଳୀ ଶ୍ରମିକ, ମ୍ୟାଟେରିଆଲ ଯୋଗାଣ ଆଦିରେ ଅଭାବ, ଆର୍ଥିକ ସମସ୍ୟା ଆଦି ଯୋଗୁଁ ଏହା ଖୁବ୍ ଶିଥିଳ ଅବସ୍ଥାରେ ରହିଛି।

ତେଣୁ ଏହି କ୍ଷେତ୍ରରେ ଅଭିବୃଦ୍ଧିକୁ ବଢାଇବା ନିମନ୍ତେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଦେବା ପାଇଁ ରିୟଲି ଇଷ୍ଟେଟ୍
ସଂସ୍ଥାମାନେ ଅନୁରୋଧ କରିଥିଲେ।

ଏହି କ୍ରମରେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣ କ୍ଷେତ୍ରରେ କରାଯାଇଥିବା ଆବଶ୍ୟକୀୟ ପରିବର୍ତନ ସମ୍ବନ୍ଧରେ କ୍ରେଡାଇ
ଭୁବନେଶ୍ୱରର ସାଧାରଣ ସମ୍ପାଦକ ଇଂ ଉମେଶ ପଟ୍ଟନାୟକ କହିଲେ, ଓଡିଶା ଡେଭଲପମେନ୍ଟ ଅଥରିଟିଜ୍ (ପ୍ଲାନିଂ ଆଣ୍ଡ
ବିଲ୍ଡିଂ ଷ୍ଟାଣ୍ଡାର୍ଡ) ରୁଲସ୍ ୨୦୨୦ର ଅନୁମୋଦନ ସହ ରାଜ୍ୟର ବାସଗୃହ ଓ ବହୁତଳ ଅଟ୍ଟାଳିକା ନିର୍ମାଣ କ୍ଷେତ୍ରରେ ପ୍ଲାନିଂ
ଓ ବିଲ୍ଡିଂ ନିୟମାବଳୀ ରାଜ୍ୟ ସରକାରଙ୍କ ଦ୍ୱାରା ଅଣାଯାଇଥିବା ପରିବର୍ତନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।

ନିୟମାବଳୀରେ ଏହି ପରିବର୍ତନ ନିଶ୍ଚିତ ରୂପେ ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ନିଶ୍ଚିତ ରୂପେ ଅଧିକରୁ ଅଧିକ ଆର୍ଥିକ ନିବେଶ
ଆଣିବା ସହ ରାଜ୍ୟର ଜିଡିପି ହାରରେ ବୃଦ୍ଧି କରିବାରେ ସହାୟକ ହେବ।

ଏହା ସହ ଇଂ ପଟ୍ଟନାୟକ କହିଲେ, ଓଡିଶା ରିୟଲ ଇଷ୍ଟେଟ୍ ରେଗୁଲେଟରି ଅଥୋରିଟି(ଓରେରା) ନୂତନ ଚେୟାରମ୍ୟାନ୍
ସିଦ୍ଧାନ୍ତ ଦାସଙ୍କୁ ଆମେ ସ୍ୱାଗତ ଓ ଅଭନନ୍ଦନ ଜଣାଉଛୁ।

ଗତ ସପ୍ତାହରେ କ୍ରେଡାଇ ଭୁବନେଶ୍ୱରର ସଦସ୍ୟଗଣ ରିୟଲ
ଇଷ୍ଟେଟ୍ କ୍ଷେତ୍ରରେ ରାଜ୍ୟରେ ହେଉଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଓରେରା ଚେୟାରମ୍ୟାନ୍‌ଙ୍କ ସହ ସାକ୍ଷାତ କରି
ଆଲାଚନା କରିଥିଲୁ।

ପ୍ରୋଜେକ୍ଟର ପଞ୍ଜିକରଣର ପ୍ରୋସେସିଂ ସମୟରେ ହେଉଥିବା ବିଳମ୍ବ, ଅନ୍‌ଲାଇନ୍ ଆପ୍ଲିକେସନ୍ ସମୟରେ ସଫ୍ଟଓୟାର ସମସ୍ୟା, କମପ୍ଲାଏନସ୍ ସମସ୍ୟା ଆଦି ସମ୍ବନ୍ଧରେ ବିସୁୃତ ଆଲୋଚନା କରି ସମାଧାନ ପାଇଁ ଏକ ଆବେଦନ ପତ୍ର ପ୍ରଦାନ କରିଥିଲୁ।

ଏହି ଆଲୋଚନା ପରେ ମାନନୀୟ ଚେୟାରମ୍ୟାନ ଅନ୍‌ଲାଇନ୍ ଆପ୍ଲିକେସନ୍ ସମୟରେ ହେଉଥିବା ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଅଫଲାଇନ୍ ଆପ୍ଲିକେସନ୍‌କୁ ଗ୍ରହଣ କରାଯିବା ସହ ଯେଉଁମାନେ ଅନ୍‌ଲାଇନ୍ ଆପ୍ଲିକେସନ୍ ଜମା କରିଛନ୍ତି, ସେମାନେ ସମସ୍ତ ଡକୁୃମେନ୍ଟର ହାର୍ଡ କପି ଜମା କରି ନୂତନ ଭାବେ ଆପ୍ଲିକେସନ୍ ଦେଇପାରିବେ ବୋଲି ନିଷ୍ପତି ପ୍ରଦାନ କରିଛନ୍ତି।

ଓରେରାରେ ଆବଶ୍ୟକୀୟ ଆପ୍ଲିକେସନ୍ ଫିକୁ ବ୍ୟାଙ୍କ ଡ୍ରାଫ୍ଟ ମାଧ୍ୟମରେ ଜମା କରିବା ପରେ ଆପ୍ଲିକେସନ୍‌ର ପ୍ରୋସେସିଂ କାର୍ଯ୍ୟ ଆରମ୍ଭ ହେବା । ଯେଉଁମାନେ ଅନ୍‌ଲାଇନ୍ ଆପ୍ଲିକେସନ୍ ଫି ଜମା କରିନାହାନ୍ତି ସେମାନଙ୍କ ନିମେନ୍ତ ଏହି ନିୟମ ଲାଗୁ ହେବ ।

ଏହା ସହ ପଂଜିକରଣ ନିମନ୍ତେ ଆବଶ୍ୟକୀୟ କାଗଜ ପତ୍ର ଓ ଇନ୍‌ଫର୍‌ମେସନ୍ ସମ୍ବନ୍ଧରେ ଗୋଟିଏ ଥରରେ ଆବେଦନକାରୀଙ୍କୁ ଜଣାଇ ଦିଆଯିବ।

ଆମେ ରିୟଲି ଇଷ୍ଟେଟ୍ କ୍ଷେତ୍ରର ଅସୁବିଧାଗୁଡିକୁ ଦୂରକରିବା ପାଇଁ ଖୁବ୍ ଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନେଇଥିବାରୁ
ଆମେ ଓରେରାର ନୂତନ ଚେୟାରମ୍ୟାନଙ୍କୁ କୃତଜ୍ଞତା ଜଣାଉଛୁ।

କୋଭିଡ୍‌-୧୯ ମହାମାରୀ ଓ ଲକ୍‌ଡାଉନ୍ ଯୋଗୁଁ ଦେଶରେ ଏକ ବଡ ସମସ୍ୟା ଦେଖାଦେଇଛି, ତାହା ହେଲା ପ୍ରବାସୀ
ଶ୍ରମିକ । ତେଣୁ ଏହି ସମସ୍ୟାକୁ ଦେଖି କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ମାଧ୍ୟମରେ
୩୦୦୦୦ରୁ ଉର୍ଦ୍ଦ୍ୱ ପ୍ରବାସୀ ଶ୍ରମିକଙ୍କୁ ରିୟଲି ଇଷ୍ଟେଟ୍ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ ପାଇଁ ସୁଯୋଗ ସୃଷ୍ଟି କରିବା କଥା
କୁହାଯାଇଥିଲା ।

ପ୍ରସ୍ତାବରେ ଉଲ୍ଲେଖ ଥିଲା ଯେ କ୍ରେଡାଇ ଭୁବନେଶ୍ୱର ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପ୍ରବାସୀ ଶ୍ରମିକମାନଙ୍କ
ନିମନ୍ତେ କୌଶଳ ବିକାଶ କେନ୍ଦ୍ର ସ୍ଥାପନ କରି ଆବଶ୍ୟକ ଟ୍ରେନିଂ ପ୍ରଦାନ କରିବେ ଓ ସେମାନଙ୍କୁ ସେମାନଙ୍କ ଦକ୍ଷତା
ଅନୁଯାୟୀ ବିଭିନ୍ନ ନିର୍ମାଣ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରିବେ।

ଏତତ୍ ବ୍ୟତୀତ ଲକ୍‌ଡାଉନ୍ ସମୟରେ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ବିଭିନ୍ନ ବସ୍ତିର ଗରିବ ଶ୍ରେଣୀର ଲୋକମାନଙ୍କ
ମଧ୍ୟରେ ୪୦୦୦ରୁ ଉର୍ଦ୍ଧ୍ୱ ରାସନ ସାମଗ୍ରୀ ପ୍ୟାକେଟ୍ ବିତରଣ କରାଯାଇଥିଲା।

Leave A Reply

Your email address will not be published.