Latest Odisha News

BREAKING NEWS

ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ ୧୪ ଦିନ କ୍ୱାରେଂଟାଇନରେ ରହିବେ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳ ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସେଠାରେ ୪ ଟେଷ୍ଟ ମ୍ୟାଚ ଖେଳାଯିବ । ତେବେ ଏଥିପାଇଁ ସେମାନଙ୍କୁ ୧୪ ଦିନ କ୍ୱାରେଂଟାଇନରେ ରହିବାକୁ ପଡିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିକ ହୋକଲେ କହିଛନ୍ତି । କ୍ୱାରେଂଟାଇନରେ ଖେଳାଳିମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ।

ପ୍ରଶିକ୍ଷଣ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଅଷ୍ଟ୍ରେଲିଆ ବୋର୍ଡ ପକ୍ଷରୁ କୁହାଯାଇଛି । ସିରିଜ ପୂର୍ବରୁ ଏବଂ ଚାଲୁଥିବା ବେଳେ ବାରମ୍ବାର କରୋନା ଟେଷ୍ଟ କରାଯିବ । ଉଭୟ ଦଳର ଖେଳାଳିଙ୍କ ସୁରକ୍ଷା ଆମର ଦାୟିତ୍ୱ ବୋଲି ସିଏ ପକ୍ଷରୁ କୁହାଯାଇଛି । ଡିସେମ୍ବର ୩ରୁ ଏହି ସିରିଜ ଖେଳାଯିବ । ଟେଷ୍ଟ ସିରିଜ ପରେ ଦିନିକିଆ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.