Latest Odisha News

BREAKING NEWS

ରାୟଗଡା କୋଲନରା ତହସିଲଦାରଙ୍କୁ କରୋନା, ତହସିଲ ଅଫିସ୍ ସିଲ୍

ରାୟଗଡା: ରାୟଗଡା ଜିଲ୍ଲା କୋଲନରାର ତହସିଲଦାର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । କୋଲନରାର ତହସିଲଦାରଙ୍କ ସମେତ ୨ଜଣଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ସେମାନଙ୍କୁ କୋଭିଡ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଏଥିସହିତ ତହସିଲ କାର୍ଯ୍ୟାଳୟକୁ ଆସନ୍ତା ୭ଦିନ ଯାଏଁ ବନ୍ଦ ରଖିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି। ତହସିଲ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ଆସନ୍ତା ୭ଦିନ ପର୍ଯ୍ୟନ୍ତ ତହସିଲ ଅଫିସ୍ ନଆସିବା ପାଇଁ ଜନସାଧାରଣଙ୍କୁ ବାରଣ କରାଯାଇଛି। କେବଳ ଏତିକି ନୁହେଁ, ଜିଲ୍ଲାରେ  ୯ଜଣ କୋଭିଡ ଯୋଦ୍ଧାଙ୍କର ବି କରୋନା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ରହିଛି।

ରାୟଗଡ଼ା ଜିଲ୍ଲାରେ ଏଯାବତ ୨୪୨ଟି କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୧୦୨ଟି ସକ୍ରିୟ ମାମଲା ରହିଛି। ଏଥିସହିତ କରୋନାରେ ଆକ୍ରାନ୍ତ ହୋଇ ଏଯାବତ ରାୟଗଡ଼ା ଜିଲ୍ଲାରୁ ୧୩୮ଜଣ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.