Latest Odisha News

BREAKING NEWS

ପାଠକଙ୍କୁ ଖବରକାଗଜ ସହ ମାସ୍କ ଫ୍ରି

ଶ୍ରୀନଗର: କରୋନାଠାରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ସଚେତନତା । ଏଥିସହ ସାମାଜିକ ଦୂରତା ଓ ମାସ୍କ । ଏହି ଭାଇରସରୁ ବଂଚିବା ପାଇଁ ଏହା ନିହାତି ଜରୁରୀ । ତେବେ ଏହି ମହାମାରୀରୁ ଲୋକଙ୍କୁ ସଚେତନ କରିବା ଲାଗି ନିଜ ପାଠକଙ୍କୁ ତାଜା ଖବର ସହ ମାସ୍କ ଦେବାକୁ ଅଭିଯାନ ଆରମ୍ଭ କରିଛି ଏକ ଖବରକାଗଜ ସଂସ୍ଥା । କାଶ୍ମୀରର ଉର୍ଦ୍ଦୁ ଖବରକାଗଜ ସଂସ୍ଥା ‘ରୋଶନୀ’ ନିଜ ପାଠକଙ୍କୁ ନ୍ୟୁଜ୍‌ପେପର ସହ ଫ୍ରିରେ ମାସ୍କ ଦେଉଛି । ମାତ୍ର ୨ ଟଙ୍କାରେ ଉପଲବ୍ଧ ହେଉଥିବା ଏହି ଉର୍ଦ୍ଦୁ ଖବରକାଗଜ ପାଠକମାନଙ୍କୁ ମାସ୍କ ପିନ୍ଧିବାକୁ ପ୍ରେରଣା ଦେବା ପାଇଁ ଏକ ନୂତନ ଉପାୟ ଆପଣେଇଛି । ଯାହାକୁ ବହୁ ଲୋକ ପ୍ରଶଂସା କରୁଛନ୍ତି ।

କରୋନା ଯୁଗରେ, ଯେଉଁଠାରେ ଲୋକମାନେ ଖବରକାଗଜ ମଗାଇବା ପାଇଁ ଡରୁଛନ୍ତି ସେତେବେଳେ ‘ରୋଶନି’ ନିଜର ସମ୍ମୁଖ ପୃଷ୍ଠାରେ ମାସ୍କଟିଏ ନିଜ ପାଠକଙ୍କୁ ଉପହାର ଭାବେ ଦେଉଛି । ଖବରକାଗଜର ପ୍ରଥମ ପୃଷ୍ଠାରେ ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ ନିବେଦନ କରିବା ସହ ଖଣ୍ଡେ ଖଣ୍ଡେ ମାସ୍କ ପାଠକଙ୍କ ପାଖରେ ପହଞ୍ଚାଇଛି । ମଙ୍ଗଳବାର ଦିନ ସକାଳେ ଯେତେବେଳେ ଏହି ଖବରକାଗଜ ଲୋକଙ୍କ ଘରେ ପହଞ୍ଚିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

କାରଣ ଖବରକାଗଜର ଡାହାଣ ପାର୍ଶ୍ୱରେ ଉର୍ଦ୍ଦୁରେ ଲେଖା ଯାଇଛି, “ମାସ୍କ ବ୍ୟବହାର କରିବା ନିତାନ୍ତ ଜରୁରୀ ।” ବାମ ପାର୍ଶ୍ୱରେ ଥିବା ପ୍ଲାଷ୍ଟିକ୍ ମାସ୍କକୁ ସୂଚାଇ ଏହି ବାର୍ତ୍ତା ଦିଆଯାଇଛି । ଏହାର ମୁଖ୍ୟ ସମ୍ପାଦକ ଜାହୁରା ଶୋରା କହିଛନ୍ତି ଯେ ଆମେ ଭାବୁଥିଲୁ ଯେ ଏହି ବାର୍ତ୍ତା ବର୍ତ୍ତମାନ ଲୋକଙ୍କ ନିକଟରେ ପହଞ୍ଚାଇବା ଅତ୍ୟନ୍ତ ଜରୁରୀ ଏବଂ ସେମାନଙ୍କୁ ମାସ୍କ ପିନ୍ଧିବା ପାଇଁ ମନାଇବା ପାଇଁ ଏହା ଏକ ଉତ୍ତମ ଉପାୟ।

Leave A Reply

Your email address will not be published.