Latest Odisha News

BREAKING NEWS

କିଏ ସେହି ଦେବଦୂତ ଯିଏ ମୃତ୍ୟୁ ମୁହଁରୁ ଟାଣି ଆଣିଥିଲା ଋଷବଙ୍କୁ

ଡେରାଡୁନ: ସେ ଥିଲେ ଋଷବଙ୍କ ପାଇଁ ଦେବଦୂତ । ମୃତ୍ୟୁ ମୁହଁରୁ ଟାଣି ଆଣିଥିଲେ ସେ ଋଷବଙ୍କୁ । ମାତ୍ର  କେଇ ମୁହୂର୍ତ୍ତର ବିଳମ୍ବ ହୋଇଥିଲେ ହୁଏତ କିଛି ବି ହୋଇ ପାରିଥାନ୍ତା… । ତେବେ କିଏ ସେଇ ଦେବଦୂତ ? ଠିକ ସମୟରେ ସେ କେମିତି ପହଞ୍ଚିଲେ ?

ଶୁକ୍ରବାର ଏକ ବଡ ଦୁର୍ଘଟଣାର ଶିକାର ହୋଇଛନ୍ତି କ୍ରିକେଟର ଋଷବ ପନ୍ତ । ଡିଭାଇଡରରେ ତାଙ୍କର ମର୍ସିଡିଜ କାର ପିଟି ହୋଇ ଜଳି ଯାଇଥିଲା । କାର ୱିଣ୍ଡୋ ଭାଙ୍ଗି ଋଷବ ବାହାରକୁ ଚାଲି ଆସିଥିଲେ । ଋଷବଙ୍କ ସୌଭାଗ୍ୟ, ସେ କାର ବାହାରକୁ ଆସିବାର ଠିକ ପରେ ପରେ କାରଟି ଜଳି ଯାଇଥିଲା । ଏହି ସମୟରେ ରୋଡୱେଜ ବସର ଡ୍ରାଇଭର ସୁୂଶୀଳ କୁମାର ଦେବଦୂତ ସାଜି ଆସିଥିଲେ । କାରଟି ଜଳିବା କ୍ଷଣି ସେ ଋଷବଙ୍କୁ କାରଠାରୁ ଦୂରକୁ ଟାଣି ନେଇଥିଲେ । ଏହା ପରେ ସେ ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ । ଏହି ଦୁର୍ଘଟଣା ଦିଲ୍ଲୀ-ଡେରାଡୁନ ରାଜମାର୍ଗରେ ହୋଇଥିଲା ।

ଦୁର୍ଘଟଣଈାକୁ ନେଇ ହରିଦ୍ୱାର ଏସଏସପି ଅଜୟ ସିଂ କହିଛନ୍ତି, ହରିଦ୍ୱାର ଜିଲ୍ଲାର ମଙ୍ଗଲୋରଠାର ସକାଳ ସାଢେ ୫ଟାରେ ହୋଇଥିଲା । ଠିକ ସେହି ସମୟରେ ହରିଆଣା ରୋଡୱେଜର ବସ ଯାଉଥିଲା । ଦୁର୍ଘଟଣାକୁ ଦେଖି ବସ ଡ୍ରାଇଭର ତୁରନ୍ତ ଓହ୍ଲାଇ ଆସିଥିଲେ ଏବଂ ଋଷବଙ୍କୁ ବଞ୍ଚାଇଥିଲେ ।  ଏହା ପରେ ତାଙ୍କୁ ରୁଡକୀ ଡାକ୍ତରଖାନାକୁ ନିଆଯାଇଥିଲା ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡେରାଡୁନ ମାକ୍ସ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା ।

ଏସଏସପିଙ୍କ କହିବା ଅନୁଯାୟୀ, ଋଷବଙ୍କ ମୁଣ୍ଡ, ପିଠି ଏବଂ ଗୋଡରେ ଆଘାତ ଲାଗିଛି । ତେବେ ତାଙ୍କ ଅବସ୍ଥା ଭଲ ଅଛି । ଋଷବଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୁଶୀଲ ନାଗର କହିଛନ୍ତି ଋଷବ ତାଙ୍କ ଆଣ୍ଠୁ ଏବଂ ମୁଣ୍ଡରେ ଆଘାତ ଲାଗିଛି । ଋଷବ ଡାକ୍ତରଙ୍କୁ କହିଛନ୍ତି, ସେ ଘରକୁ ଯାଇ ମା’ଙ୍କୁ ସରପ୍ରାଇଜ ଦେବାକୁ ଚାହୁଁଥିଲେ ।

 

Leave A Reply

Your email address will not be published.