Latest Odisha News

BREAKING NEWS

ପରଦାକୁ ଆସିବ ଭିନ୍ନ ସ୍ୱାଦର ଓଡ଼ିଆ ଫିଲ୍ମ ମାମା ୱେଡ୍ସ ପାପା

ଭୁବନେଶ୍ୱର: କମେଡି, ରୋମାନ୍ସ ଆଉ ସସପେନ୍ସ । ପରଦାକୁ ଆସିବାକୁ ଯାଉଛି ସସପେନ୍ସରେ ଭରା ଓଡ଼ିଆ ଫିଲ୍ମ ମାମା ୱେଡ୍ସ ପାପା । ଅପ୍ପୁ କାନୁନଗୋଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ମାମା ୱେଡ୍ସ ପାପାର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଫିଲ୍ମଟି ନୂଆବର୍ଷରେ ପରଦାକୁ ଆସିବ । ଫିଲ୍ମରେ କୁନି ଝିଅ ତା ବାପାମାଆଙ୍କର ବାହାଘର କରାଉଛି । ତେବେ କଣ ପାଇଁ ଏମିତି ହେଉଛି… ଏହା ହିଁ ହେଉଛି ଫିଲ୍ମର ସସପେନ୍ସ ।

ମାମା ୱେଡ୍ସ ପାପାରେ ଅଭିଶେକଙ୍କ ସହ ମୁଖ୍ୟ ଭୂମିକାରେ ଋତିଶା, ପ୍ରିୟଙ୍କା ରହିଛନ୍ତି । ବଲିଉଡ୍ କମେଡିଆନ୍ କୃଷ୍ଣ ଅଭିଶେକଙ୍କ ସହ ଜ୍ୟୋତି ମିଶ୍ର, ଦେବୁ ପଟ୍ଟନାୟକ ଓ ଗୁଡ୍ଡୁ ନିଖୁଣ ଅଭିନୟ କରିଛନ୍ତି । ବଲିଉଡ୍ ଅଭିନେତା କୃଷ୍ଣ ଅଭିଶେକଙ୍କୁ ଏହି ଫିଲ୍ମରେ ସ୍ୱତନ୍ତ୍ର ଭୂମିକାରେ ଥିବାବେଳେ ଟାଇଟଲ୍ ସଙ୍ଗରେ ଠୁମକା ଲଗାଇଛନ୍ତି ।

୨୦୨୦ରୁ ମମି ୱେଡ୍ସ ପାପାର ସୁଟିଂ ଆରମ୍ଭ ହୋଇଥିବା ବେଳେ କରୋନା ପାଇଁ ଅଟକି ଯାଇଥିଲା । ଏବେ ୨୦୨୩ ନୂଆ ବର୍ଷରେ ପରଦାକୁ ଆସିବାକୁ ଯାଉଛି ଭିନ୍ନ ଧରଣର ଓଡ଼ିଆ ଚଳଚ୍ଚିତ୍ର ମମି ୱେଡ୍ସ ପାପା ।

Leave A Reply

Your email address will not be published.