Latest Odisha News

୨୦୨୨ରେ କଣ ଥିଲା ଭାରତୀୟଙ୍କ ପ୍ରିୟ ଖାଦ୍ୟ ?

ନୂଆଦିଲ୍ଲୀ: ଭାରତର ଲୋକ ଖାଦ୍ୟପ୍ରିୟ । ଦେଶର କୋଣ ଅନୁକୋଣରେ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ମିଳେ । ଆଉ ଅନଲାଇନ୍ ଯୁଗରେ ମାତ୍ର କେଇ ମିନିଟରେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚି ଯାଉଛି । ଆସନ୍ତୁ ଜାଣିବା ୨୦୨୨ ବର୍ଷରେ ଭାରତୀୟଙ୍କ ପସନ୍ଦିତ ଖାଦ୍ୟ କଣ ଥିଲା ?

ଅନଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ଜମାଟୋ ପକ୍ଷରୁ ରିପୋର୍ଟ କାର୍ଡ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ୨୦୨୨ ବର୍ଷରେ ଲୋକେ ବିରିୟାନୀକୁ ସର୍ବାଧିକ ପସନ୍ଦ କରିଛନ୍ତି । ଖାଲି ପସନ୍ଦ କରି ନାହାନ୍ତି ବିରିୟାନୀ ପାଇଁ ଭାରତୀୟ ଏତେ ପାଗଳ ଯେ ଜଣେ ବ୍ୟକ୍ତି ବର୍ଷକ ମଧ୍ୟରେ ୨୮ ଲକ୍ଷ ଟଙ୍କାର ବିରିୟାନୀ ଖାଇଛନ୍ତି ।

ଜମାଟୋ ଅନୁସାରେ, ପ୍ରତି ମିନିଟରେ ଭାରତୀୟ ପ୍ରାୟ ୧୮୬ଟି ବିରିୟାନୀ ଅର୍ଡର କରିଛନ୍ତି । ଜମାଟୋ ଭଳି ସ୍ୱିଗିରେ ମଧ୍ୟ ଲୋକଙ୍କ ସବୁଠୁ ପସନ୍ଦ ବିରିୟାନୀ । ସ୍ୱିଗିରେ ପ୍ରତି ମିନିଟରେ ୧୩୭ଟି ବିରିୟାନୀ ଅର୍ଡର ମିଳିଛି । ବିରିୟାନୀ ପରେ ଭାରତୀୟଙ୍କ ଦ୍ୱିତୀୟ ପସନ୍ଦିତ ଖାଦ୍ୟ ହେଉଛି ପିଜ୍ଜା ।

ବିରିୟାନୀ, ପିଜ୍ଜା ପରେ ଲୋକଙ୍କ ଅଧିକ ପସନ୍ଦ ତନ୍ଦୁରୀ ଚିକେନ୍, ବଟର ନାନ, ଭେଜ୍ ଫ୍ରାଏଡ୍ ରାଇସ୍, ପନିର ବଟର ମସଲା, ଚିକେନ୍ ଫ୍ରାଏଡ୍ ରାଇସ୍ । ତେବେ ପୁନେର ଜଣେ ବ୍ୟକ୍ତି ବର୍ଷକରେ ବିରିୟାନୀ ମଗାଇ ଖର୍ଚ୍ଚ କରିଛନ୍ତି ୨୮ ଲକ୍ଷ ୫୯ ହଜାର ୬୧୧ ଟଙ୍କା । ସେହିଭଳି ଦିଲ୍ଲୀର ଅଙ୍କୁର ଜମାଟୋରୁ ବର୍ଷକରେ ୩୩୩୦ଟି ଅର୍ଡର କରିଛନ୍ତି ।

ଖଡ଼ଗପୁରର ଟିନା ଗୋଟିଏ ଥରରେ ୨୫ ହଜାର ୪୫୫ ଟଙ୍କାର ପିଜ୍ଜା ଅର୍ଡର କରିଥିବା ବେଳେ ରବି ନାମକ ବ୍ୟକ୍ତି ବର୍ଷ ଯାକ ଖାଦ୍ଯ ଅର୍ଡର କରି ୬.୯୬ ଲକ୍ଷ ଟଙ୍କା ଡିସକାଉଣ୍ଟ ପାଇଛନ୍ତି ।

Leave A Reply

Your email address will not be published.