ପୁରୀ: ଭାରତୀୟ କ୍ରିକେଟରେ ଷ୍ଟାର ଖେଳାଳିଙ୍କ ମଧ୍ୟରେ ବିବାଦ ନୂଆ କଥା ନୁହେଁ । ତେବେ ଏହା ପଛରେ ଖେଳାଳିଙ୍କ ଗର୍ବ ଓ ଅହଂକାର ନାଁ ବିିସିସିଆଇ ଅଧିକାରୀ ଏବଂ ଚୟନକମିଟିର ମନୋମୁଖୀ କାରୋବାର ଜଡିତ ? ସେ ଯାହା ହେଉ ସୁନୀଲ ଗାଭାସ୍କର-କପିଳ ଦେବଙ୍କଠାରୁ ଆରମ୍ଭ କରି ବିରାଟ କୋହଲି-ରୋହିତ ଶର୍ମା ପର୍ଯ୍ୟନ୍ତ ଷ୍ଟାର ୱାର ଲାଗି ରହିଛି । ଆସନ୍ତୁ ନଜର ପକାଇବା…
ସୁନୀଲ ଗାଭାସ୍କର-କପିଳ ଦେବ: ୧୯୮୪-୮୫ ଇଂଲଣ୍ଡ ଗସ୍ତ ଅବସରରେ ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ସୁନୀଲ ଗାଭାସ୍କର ଓ କପିଳ ଦେବଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ୮ ୱିକେଟରେ ଭାରତକୁ ହରାଇଥିଲା । କପିଳଙ୍କ ଦାୟିତ୍ୱହୀନ ଶଟକୁ ଗାଭାସ୍କର ଦାୟୀ କରିଥିଲେ । ଏହା ପରେ କୋଲକାତା ଟେଷ୍ଟରେ କପିଳଙ୍କୁ ବସା ଯାଇଥିଲା । ପ୍ରଶଂସକମାନେ ନୋ କପିଳ ନୋ ଟେଷ୍ଟ ସ୍ଲୋଗାନ ଦେଇଥିଲେ । ଗାଭସ୍କରଙ୍କ ଉପରକୁ ପୋଚା ଅଣ୍ଡା ଓ ଟମାଟୋ ପକାଇଥିଲେ । ଏହା ପରେ ଇଡେନ ଗାର୍ଡେନରେ ଗାଭାସ୍କର ଆଉ ଖେଳିବେ ନାହିଁ ବୋଲି ସଂକଳ୍ପ କରିଥିଲେ ।
ସଚିନ ତେନ୍ଦୁଲକର-ମହମ୍ମଦ ଆଝାରୁଦ୍ଦିନ: ୧୯୯୬ ବିଶ୍ୱକପ କ୍ରିକେଟରେ ଭାରତର ଖରାପ ପ୍ରଦର୍ଶନ ପରେ ସଚିନ ତେନ୍ଦୁଲକର ଓ ମହମ୍ମଦ ଆଝାରୁଦ୍ଦିନଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ବୋର୍ଡ ଆଝାରଙ୍କ ସ୍ଥାନରେ ସଚିନଙ୍କୁ ଅଧିନାୟକ କରିଥିଲା । ମାତ୍ର ୧୭ ଟେଷ୍ଟ ପରେ ସଚିନଙ୍କ ଖେଳ ପ୍ରଭାବିତ ହେବାରୁ ଆଝାରଙ୍କୁ ପୁନର୍ବାର ଅଧିନାୟକ କରାଯାଇଥିଲା । ଏହାର ବର୍ଷକ ପରେ ସଚିନ ପୁନର୍ବାର ଅଧିନାୟକ ହୋଇଥିଲେ ଏବଂ ଅଷ୍ଟ୍ରେଲିଆ ଗସ୍ତରେ ଆଝାର ଦଳରୁ ବାଦ ପଡିଥିଲେ ।
ସୌରଭ ଗାଙ୍ଗୁଲି-ରାହୁଲ ଡ୍ରାଭିଡ: ଜୁନିୟର କ୍ରିକେଟରୁ ସୌରଭ ଗାଙ୍ଗୁଲି ଏବଂ ରାହୁଲ ଡ୍ରାଭିଡଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିଲା । ୧୯୯୬ରେ ଇଂଲଣ୍ଡ ବିପକ୍ଷରେ ଉଭୟ ଟେଷ୍ଟ ପଦାର୍ପଣ କରିଥିଲେ । ୨୦୦୦ରେ ଗାଙ୍ଗୁଲିଙ୍କୁ ଅଧିନାୟକ କରାଯାଇଥିଲା । କୋଚ ଭାବେ ଗ୍ରେଗ ଚ୍ୟାପେଲଙ୍କ ଏଂଟ୍ରି ଗାଙ୍ଗୁଲିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ବୋର୍ଡ ୨୦୦୫ରେ ଗାଙ୍ଗୁଲିଙ୍କୁ ହଟାଯାଇ ଡ୍ରାଭିଡଙ୍କୁ କ୍ୟାପଟେନ କରିଥିଲା । ଏହା ପରେ ଦାଦା ଦିନିକିଆ ଏବଂ ଟେଷ୍ଟରୁ ମଧ୍ୟ ବିଦା ହୋଇଥିଲେ ।
ଧୋନୀ-ସେହ୍ୱାଗ-ଗମ୍ଭୀର: ୨୦୦୭ରେ ରାହୁଲ ଡ୍ରାଭିଡ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଅଧିନାୟକ କରାଯାଇଥିଲା । ୨୦୦୮ ଅଷ୍ଟ୍ରେଲିଆ ଗସ୍ତରେ ସେ ସିନିୟର ଖେଳାଳିଙ୍କ ପାଇଁ ରୋଟେଶନ ପଲିସି ଲାଗୁ କରିଥିଲେ । ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ ଓ ଗୌତମ ଗମ୍ଭୀରଙ୍କ ମଧ୍ୟରୁ ଜଣଙ୍କୁ ଗୋଟିଏ ମ୍ୟାଚରେ ବସା ଯାଉଥିଲା । ଧୋନୀଙ୍କ ଏହି ବିବାଦୀୟ ନୀତିର ଆଲୋଚନା ହୋଇଥିଲା । ସିନିୟର ଖେଳାଳି ହେବା ସତ୍ୱେ ସେହ୍ୱାଗଙ୍କୁ ବୋର୍ଡ ଅଣଦେଖା କରି ଧୋନୀଙ୍କୁ ଅଧିନାୟକ କରିବା ଏହାର ମୂଳ କାରଣ ହୋଇଥିଲା । ଏହା ବ୍ୟତୀତ ରବି ଶାସ୍ତ୍ରୀ-ସୌରଭ ଗାଙ୍ଗୁଲି ଏବଂ ବିରାଟ କୋହଲି ଓ ଅନୀଲ କୁମ୍ବଲେଙ୍କ ବିବାଦ ମଧ୍ୟ କମ ନ ଥିଲା ।
BREAKING NEWS
- Rajyasabha Election: ନାମାଙ୍କନ ଭରିଲେ ଦିଲ୍ଲୀପ ରାୟ, କହିଲେ ୨୦୦୨ ପରି ଏଥର ବି ଜିତିବି…
- ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲା; ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ
- ସନ୍ଦେହଜନକ ଭାବେ ଭଡ଼ା ଘରୁ ସିଆରପିଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର
- ନାମାଙ୍କନ ଦାଖଲ ପୂର୍ବରୁ ବିଜୁ ବାବୁଙ୍କୁ ନେଇ ସାମ୍ନାକୁ ଆସିଲା ଦିଲ୍ଲୀପ ରାୟଙ୍କ ଭାବବିହ୍ବଳ ଲେଖା
- Banakalagi niti:ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ
- CM Nitish Kumar Files Nomination: ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ବିହାର ମୁଖ୍ୟମନ୍ତ୍ରୀ, ସାଥିରେ ଥିଲେ ଅମିତ ଶାହଙ୍କ ସହ ଅନ୍ୟ ପ୍ରମୁଖ ବ୍ୟକ୍ତି
- ୱାଙ୍ଖେଡରେ ହେବ କି ରନ ବର୍ଷା, ଫାଇନାଲ ଆଶାରେ ଭାରତ
- Trump Extends Holi Greetings: ସେପଟେ ଇରାନରେ ଆମେରିକାର କ୍ଷେପଣାସ୍ତ୍ର ବର୍ଷା, ଏପଟେ ଭାରତକୁ ଟ୍ରମ୍ପଙ୍କ ହୋଲିର ଶୁଭେଚ୍ଛା…
- RajyaSabha Elections: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର;ଏକାଠି ବସିଲେ ନବୀନ ଓ ଭକ୍ତ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ମନ୍ତ୍ରୀ ସୁରେଶ ପୂଜାରୀ
Comments are closed.