ପୁରୀ: ଭାରତୀୟ କ୍ରିକେଟରେ ଷ୍ଟାର ଖେଳାଳିଙ୍କ ମଧ୍ୟରେ ବିବାଦ ନୂଆ କଥା ନୁହେଁ । ତେବେ ଏହା ପଛରେ ଖେଳାଳିଙ୍କ ଗର୍ବ ଓ ଅହଂକାର ନାଁ ବିିସିସିଆଇ ଅଧିକାରୀ ଏବଂ ଚୟନକମିଟିର ମନୋମୁଖୀ କାରୋବାର ଜଡିତ ? ସେ ଯାହା ହେଉ ସୁନୀଲ ଗାଭାସ୍କର-କପିଳ ଦେବଙ୍କଠାରୁ ଆରମ୍ଭ କରି ବିରାଟ କୋହଲି-ରୋହିତ ଶର୍ମା ପର୍ଯ୍ୟନ୍ତ ଷ୍ଟାର ୱାର ଲାଗି ରହିଛି । ଆସନ୍ତୁ ନଜର ପକାଇବା…
ସୁନୀଲ ଗାଭାସ୍କର-କପିଳ ଦେବ: ୧୯୮୪-୮୫ ଇଂଲଣ୍ଡ ଗସ୍ତ ଅବସରରେ ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ସୁନୀଲ ଗାଭାସ୍କର ଓ କପିଳ ଦେବଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ୮ ୱିକେଟରେ ଭାରତକୁ ହରାଇଥିଲା । କପିଳଙ୍କ ଦାୟିତ୍ୱହୀନ ଶଟକୁ ଗାଭାସ୍କର ଦାୟୀ କରିଥିଲେ । ଏହା ପରେ କୋଲକାତା ଟେଷ୍ଟରେ କପିଳଙ୍କୁ ବସା ଯାଇଥିଲା । ପ୍ରଶଂସକମାନେ ନୋ କପିଳ ନୋ ଟେଷ୍ଟ ସ୍ଲୋଗାନ ଦେଇଥିଲେ । ଗାଭସ୍କରଙ୍କ ଉପରକୁ ପୋଚା ଅଣ୍ଡା ଓ ଟମାଟୋ ପକାଇଥିଲେ । ଏହା ପରେ ଇଡେନ ଗାର୍ଡେନରେ ଗାଭାସ୍କର ଆଉ ଖେଳିବେ ନାହିଁ ବୋଲି ସଂକଳ୍ପ କରିଥିଲେ ।
ସଚିନ ତେନ୍ଦୁଲକର-ମହମ୍ମଦ ଆଝାରୁଦ୍ଦିନ: ୧୯୯୬ ବିଶ୍ୱକପ କ୍ରିକେଟରେ ଭାରତର ଖରାପ ପ୍ରଦର୍ଶନ ପରେ ସଚିନ ତେନ୍ଦୁଲକର ଓ ମହମ୍ମଦ ଆଝାରୁଦ୍ଦିନଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ବୋର୍ଡ ଆଝାରଙ୍କ ସ୍ଥାନରେ ସଚିନଙ୍କୁ ଅଧିନାୟକ କରିଥିଲା । ମାତ୍ର ୧୭ ଟେଷ୍ଟ ପରେ ସଚିନଙ୍କ ଖେଳ ପ୍ରଭାବିତ ହେବାରୁ ଆଝାରଙ୍କୁ ପୁନର୍ବାର ଅଧିନାୟକ କରାଯାଇଥିଲା । ଏହାର ବର୍ଷକ ପରେ ସଚିନ ପୁନର୍ବାର ଅଧିନାୟକ ହୋଇଥିଲେ ଏବଂ ଅଷ୍ଟ୍ରେଲିଆ ଗସ୍ତରେ ଆଝାର ଦଳରୁ ବାଦ ପଡିଥିଲେ ।
ସୌରଭ ଗାଙ୍ଗୁଲି-ରାହୁଲ ଡ୍ରାଭିଡ: ଜୁନିୟର କ୍ରିକେଟରୁ ସୌରଭ ଗାଙ୍ଗୁଲି ଏବଂ ରାହୁଲ ଡ୍ରାଭିଡଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିଲା । ୧୯୯୬ରେ ଇଂଲଣ୍ଡ ବିପକ୍ଷରେ ଉଭୟ ଟେଷ୍ଟ ପଦାର୍ପଣ କରିଥିଲେ । ୨୦୦୦ରେ ଗାଙ୍ଗୁଲିଙ୍କୁ ଅଧିନାୟକ କରାଯାଇଥିଲା । କୋଚ ଭାବେ ଗ୍ରେଗ ଚ୍ୟାପେଲଙ୍କ ଏଂଟ୍ରି ଗାଙ୍ଗୁଲିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ବୋର୍ଡ ୨୦୦୫ରେ ଗାଙ୍ଗୁଲିଙ୍କୁ ହଟାଯାଇ ଡ୍ରାଭିଡଙ୍କୁ କ୍ୟାପଟେନ କରିଥିଲା । ଏହା ପରେ ଦାଦା ଦିନିକିଆ ଏବଂ ଟେଷ୍ଟରୁ ମଧ୍ୟ ବିଦା ହୋଇଥିଲେ ।
ଧୋନୀ-ସେହ୍ୱାଗ-ଗମ୍ଭୀର: ୨୦୦୭ରେ ରାହୁଲ ଡ୍ରାଭିଡ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଅଧିନାୟକ କରାଯାଇଥିଲା । ୨୦୦୮ ଅଷ୍ଟ୍ରେଲିଆ ଗସ୍ତରେ ସେ ସିନିୟର ଖେଳାଳିଙ୍କ ପାଇଁ ରୋଟେଶନ ପଲିସି ଲାଗୁ କରିଥିଲେ । ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ ଓ ଗୌତମ ଗମ୍ଭୀରଙ୍କ ମଧ୍ୟରୁ ଜଣଙ୍କୁ ଗୋଟିଏ ମ୍ୟାଚରେ ବସା ଯାଉଥିଲା । ଧୋନୀଙ୍କ ଏହି ବିବାଦୀୟ ନୀତିର ଆଲୋଚନା ହୋଇଥିଲା । ସିନିୟର ଖେଳାଳି ହେବା ସତ୍ୱେ ସେହ୍ୱାଗଙ୍କୁ ବୋର୍ଡ ଅଣଦେଖା କରି ଧୋନୀଙ୍କୁ ଅଧିନାୟକ କରିବା ଏହାର ମୂଳ କାରଣ ହୋଇଥିଲା । ଏହା ବ୍ୟତୀତ ରବି ଶାସ୍ତ୍ରୀ-ସୌରଭ ଗାଙ୍ଗୁଲି ଏବଂ ବିରାଟ କୋହଲି ଓ ଅନୀଲ କୁମ୍ବଲେଙ୍କ ବିବାଦ ମଧ୍ୟ କମ ନ ଥିଲା ।
BREAKING NEWS
- ଯଦି ବିମାନ କମ୍ପାନୀଗୁଡ଼ିକର ବିକଳ୍ପ ଅଛି, ତେବେ ରେଳବାଇ କାହିଁକି ନୁହେଁ? ଝଟକା ବନାମ ହଲାଲ ପ୍ରସଙ୍ଗକୁ ବିଚାରକୁ ନେଲା ଏନଏଚଆରସି
- Iran Protest: ଇରାନରେ ଅଶାନ୍ତି ନେଇ ଚିନ୍ତିତ ଭାରତୀୟ ଅଭିଭାବକ, କାଶ୍ମୀର ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ମୋଦି ସରକାରଙ୍କୁ କଲେ ଆବେଦନ…
- NIAର ନୂଆ ଡିଜି ଭାବେ ରାକେଶ ଅଗରୱାଲ ନିଯୁକ୍ତ
- US Suspended Visa: ରୁଷ ଏବଂ ଇରାନ ସମେତ ଏହି ୭୫ ଟି ଦେଶର ଲୋକ ଯାଇପାରିବେନି ଆମେରିକା, ଭିସା ଉପରେ ଲାଗିଲା ରୋକ୍…
- Odisha Highcourt: ଦୀର୍ଘ ଦିନର ଶାରୀରିକ ସମ୍ପର୍କକୁ ‘ଜବରଦସ୍ତି’ କୁହାଯିବ ନାହିଁ: ହାଇକୋର୍ଟ
- US-Denmark-Greenland Dispute: ଗ୍ରୀନଲ୍ୟାଣ୍ଡକୁ ନେଇ ବିବାଦୀୟ ବିବୃତ୍ତି ଜାରି କଲେ ଟ୍ରମ୍ପ
- ଧାନ କିଣା ସମସ୍ୟା: ୨ ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ
- ଅସ୍ଥିର ଇରାନ: ହଠାତ୍ ବନ୍ଦ କଲା ଆକାଶ ମାର୍ଗ, ଯାତ୍ରା ପରାମର୍ଶ ଜାରି କଲେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ
- Lingaraj Temple: ସ୍ୱାଭାବିକ ଭାବରେ ଚାଲିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଗ୍ରୀନଲ୍ୟାଣ୍ଡକୁ ସୈନ୍ୟ ପଠାଇବେ ଜର୍ମାନୀ, ଫ୍ରାନ୍ସ : ଆମେରିକା ବିରୁଦ୍ଧରେ ଏକତ୍ରିତ ହେଉଛନ୍ତି ୟୁରୋପୀୟ ଦେଶ
Comments are closed.