Latest Odisha News

BREAKING NEWS

ଫୋନ ହଜିଗଲେ ମଧ୍ୟ ହ୍ଵାଟସଆପ୍‌ ଚାଟକୁ ରଖନ୍ତୁ ସୁରକ୍ଷିତ, ଜାଣନ୍ତୁ କେମିତି

ଭୁବନେଶ୍ୱର: ଆଜିକାଲି ପ୍ରାୟତଃ ସମସ୍ତେ ମେସେଜ କରିବା ପାଇଁ ହ୍ଵାଟସଆପକୁ ବ୍ୟବହାର କରୁଛନ୍ତି। ଏହି ଆପ୍‌ ମାଧ୍ୟମରେ ବହୁତ ବ୍ୟକ୍ତିଗତ କଥାବାର୍ତ୍ତା ମଧ୍ୟ ହେବା ସହ ଅନ୍ୟ ସବୁ ଡାଟା ମଧ୍ୟ ଷ୍ଟୋର କରି ରଖୁଛନ୍ତି ।

ଯଦି କେବେ ଆପଣଙ୍କ ଫୋନ ହଜିଯାଏ ତେବେ କିପରି ଆପଣଙ୍କ ଚାଟ୍‌ ଏବଂ ଭିଡିଓକୁ ସୁରକ୍ଷିତ ରଖି ପାରିବେ ତାହା ଜାଣନ୍ତୁ

– ଫୋନ ହଜିଗଲେ, ସର୍ଭିସ ଯୋଗାଉଥିବା କମ୍ପାନୀକୁ ଫୋନ କରି ଆପଣଙ୍କ ନଂ କୁ ବ୍ଲକ କରିଦିଅନ୍ତୁ। କାରଣ ହ୍ଵାଟସଅପ୍‌କୁ ଆକ୍ଟିଭ କରିବା ପାଇଁ ଭେରିଫିକେସନ କୋଡ ନିଶ୍ଚିତ ଭାବେ ଦରକାର। ଯାହାଆପଣଙ୍କୁ ଏସ୍‌ଏମଏସ କିମ୍ବା କଲ ଜରିଆରେ ମିଳିଥାଏ। ଯଦି ଆପଣଙ୍କ ସିମ ବ୍ଲକ ହୋଇଯିବ ତେବେ ଏହାକୁ ଆକ୍ଟିଭ କରିବା ସମ୍ଭବ ହେବ ନାହିଁ।

– ଏହି ନମ୍ପରକୁ ବ୍ଲକ କରିବା ପରେ ଆପଣ ଉକ୍ତ ନମ୍ବରରେ ପୁଣି ଆଉ ଥରେ ସିମ୍‌ ଇସୁ କରିପାରିବେ।

– ଗୋଟେ ନମ୍ବରରେ ଆପଣ ଗୋଟିଏ ହିଁ ହ୍ଵାଟସଆପ୍‌ ଚଲାଇପାରିବେ। ଯଦି ଆପଣ ଅନ୍ୟ ଏକ ହ୍ୟାଣ୍ଡସେଟରେ ନିଜର ହ୍ଵାଟସଆପ୍‌ ଆକ୍ଟିଭ କରିବେ ତେବେ ଅନ୍ୟ କେହି ଏହାକୁ ଆକ୍ଟଭି କରିପାରିବେ ନାହିଁ। ଯଦି କୌଣସି ଫୋନରେ ଅକ୍ଟିଭେଟ ହେବ ତେବେ ଆପେ ଆପେ ଡିଆକ୍ଟିଭେଟ ହୋଇଯିବ।

– ଯଦି ଆପଣ ନୂଆ ସିମ୍‌ କାର୍ଡ ବ୍ୟବହାର କରୁଛନ୍ତି, ତେବେ ହ୍ଵାଟସଆପ୍‌କୁ support@whatsapp.com ଇ ମେଲ କରିଦିଅନ୍ତୁ।

– ହ୍ଵାଟସଆପ୍‌କୁ ଯାଇ ଇମେଲରେ Lost/Stolen ଲେଖିଦିଅନ୍ତୁ। ଏବଂ ପରେ ଇମେଲରେ ନିଜର ଆକାଉଣ୍ଟକୁ ଡିଆକ୍ଟିଭେଟ କରିବା ପାଇଁ ଲେଖନ୍ତୁ। ଏହାସହିତ ନିଜର ମୋବାଇଲ ନମ୍ବର ମଧ୍ୟ ନିଶ୍ଚିତ ଭାବେ ଲେଖିବେ।

– ହ୍ଵାଟସଆପ୍‌ର ପୁରୁଣା ଚାଟକୁ ଫେରିପାଇବାକୁ ଚାହୁଁଥିଲେ ଗୁଗଲ ଡ୍ରାଇଭ, ଆଇକ୍ଲାଉଡ କିମ୍ବା ଓ୍ଵାନ ଡ୍ରାଇଭର ବ୍ୟବହାର କରି ମେସେଜର ବ୍ୟାକଅପ୍‌ ନେଇପାରିବେ।

– ଆପଣଙ୍କ ଫୋନରେ ଥିବା ସବୁ ମୋବାଇଲ ନଂରେ ଆପଣ ମେସେଜ କରିପାରିବ, ଯାହା କେବଳ ୩୦ ଦିନ ପର୍ଯ୍ୟନ୍ତ ଷ୍ଟୋରେଜ ହୋଇ ରହିପାରିବ।

– ଯଦି ଆପଣ ୩୦ ଦିନ ମଧ୍ୟରେ ନିଜର ଆକଉଣ୍ଟକୁ ଆକ୍ଟିଭେଟ ନ କରନ୍ତି ତେବେ ଏହା ଆପେଆପେ ଡିଲେଟ ହୋଇଯିବ।

Leave A Reply

Your email address will not be published.