ଭୁବନେଶ୍ୱର: ସାରୁଅ ଜମି ଦୁର୍ନୀତି ନେଇ ନୂଆ ସୂଚନା ଦେଲା କ୍ରାଇବ୍ରାଂଚ । ଚଞ୍ଚକତା କରି, ଲୋକଙ୍କୁ ଠକି ଓଡ଼ିଶା ଇନ୍ଫ୍ରାଟେକ ପ୍ରାଇଭେଟ ଲିମିଟେଡ ଜମି ହଡକ କରିଚି । ପ୍ରଥମିକ ତଦନ୍ତରୁ ଏହା ଜଣାପଡିଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।
ସେ କହିଛନ୍ତି, ଲୋକଙ୍କୁ ଠକି ଏହି ଜମି ହଡ଼ପ କରାଯାଇଛି । ଜଣେ ବ୍ୟକ୍ତିଙ୍କଠାରୁ ୭.୨୯ ଏକର ଜମି ନିଆଯାଇଛି । ହେଲେ ଜମି ମାଲିକଙ୍କୁ କୌଣସି ଅର୍ଥ ଦିଆଯାଇନାହିଁ । ଏହାସହ ଜମି ନାଁରେ ବେନାମୀ ଟ୍ରାଞ୍ଜାକ୍ସନ ମଧ୍ୟ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।
ଅନ୍ୟପକ୍ଷରେ ସାରୁଅ ଜମି ଦୁର୍ନୀତି ଘଟଣାରେ ଓଡିଶା ଇନଫ୍ରାଟେକ୍ ନିର୍ଦେଶକ ମନୋରଂଜନ ଷଡଙ୍ଗୀଙ୍କ ଜାମିନ ଆବେଦନର ଶୁଣାଣୀ ଆଜି ଘୁଞ୍ଚିଛି । ଆସନ୍ତା ୯ ତାରିଖରେ ଏହାର ପରବର୍ତୀ ଶୁଣାଣି କରାଯିବ ।
Comments are closed.