Latest Odisha News

BREAKING NEWS

‘ଦୀପାବଳି’କୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ…

ଭୁବନେଶ୍ୱର: କାର୍ତ୍ତିକ ମାସର ଅମାବାସ୍ୟାକୁ ଦୀପାବଳି ରୂପେ ପାଳନ କରାଯାଇଥାଏ । ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ସମଗ୍ର ଦେଶ ଉତ୍ସବମୁଖର ହୋଇଉଠିଥାଏ ।

ଧନତେରସ୍ ଦିନଠାରୁ ଏହି ପର୍ବର ଶୁଭାରମ୍ଭ ହୋଇଥାଏ । କିଛି କିଛି ସ୍ଥାନରେ ଦୀପାବଳିକୁ ୫ ଦିନ ଯାଏଁ ପାଳନ କରାଯାଇଥାଏ । କେହିକେହି ଘରେ ରଙ୍ଗୋଲି ସହିତ ଦୀପ ଜଳାଇ ତ ଆଉ କେହିକେହି ବାଣ ଫୁଟାଇ ଏହି ଦୀପାବଳି ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି ।

ଦୀପାବଳିକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ । ଜାଣନ୍ତୁ…

ପ୍ରଭୁ ଶ୍ରୀରାମ, ଲଙ୍କାଧିପତି ରାବଣକୁ ବଧ କରି ୧୪ ବର୍ଷ ପରେ ଧର୍ମପତ୍ନୀ ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟାକୁ ଫେରିଥିଲେ । ଅଯୋଧ୍ୟା ବାସୀ ନିଜ ପ୍ରିୟ ପ୍ରଭୁ ରାମଚନ୍ଦ୍ରଙ୍କୁ ସ୍ୱାଗତ କରିବାକୁ ଯାଇ ସବୁଠି ଦୀପ ଜାଳି ପୂରା ପରିବେଶକୁ ଆଲୋକମୟ କରିଥିଲେ ।

ଲୋକକଥା ଅନୁଯାୟୀ ଯେତେବେଳେ ଦେବତା ଓ ରାକ୍ଷାସଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ହୋଇଥିଲା । ସେତେବେଳେ ମାତା ଲକ୍ଷ୍ମୀ କ୍ଷୀର ସାଗରରୁ ବାହାରି ବ୍ରହ୍ମାଣ୍ଡକୁ ଆସିଥିଲେ । ସେବେଠାରୁ ଦେବୀଙ୍କ ଜନ୍ମଦିନ ପାଳନ ସଦୃଶ୍ୟ ଦୀପାବଳି ଉତ୍ସବ ପାଳନ କରାଯାଇଥାଏ ।

ଦୀପାବଳିର ଗୋଟିଏ ଦିନ ପୂର୍ବରୁ ନରକ ଚତୁର୍ଦଶୀ ପାଳନ କରାଯାଇଥାଏ । କୁହାଯାଏ, ଏହି ଦିନ ଭଗବାନ ଶ୍ରୀକୃଷ୍ଣ ନରକାସୁରକୁ ବଧ କରିଥିଲେ । ନରକାସୁର ଜଣେ କ୍ରୁର ରାଜା ହେବା ସଙ୍ଗେସଙ୍ଗେ ଅଧର୍ମୀ ମଧ୍ୟ ଥିଲା । ଯିଏକି ନିଜ ଶକ୍ତି ବଳରେ ଦେବତାଙ୍କ ଉପରେ ଅତ୍ୟାଚାର କରୁଥିଲା । ଯେଉଁଥିପାଇଁ ଭଗବାନ ଶ୍ରୀକୃଷ୍ଣ ତା’ର ବଧ କରିଥିଲେ ।

ଶାସ୍ତ୍ରାନୁଯାୟୀ ଅନ୍ଧକାର ଉପରେ ଆଲୋକ ଏବଂ ଅଜ୍ଞାନ ଉପରେ ଜ୍ଞାନର ବିଜୟର ପ୍ରତୀକ ଭାବେ ଦୀପାବଳି ପାଳନ କରାଯାଇଥାଏ ।

Leave A Reply

Your email address will not be published.