Latest Odisha News

BREAKING NEWS

[ଭିଡ଼ିଓ] ଚିତ୍ତରଞ୍ଜନ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ଖୋଳତାଡ

ପୁରୀ: ଦିନକୁ ଦିନ ବଢୁଛି ଚିତ୍ତରଞ୍ଜନଙ୍କ ମୃତ୍ୟୁ ରହସ୍ୟ। କେମିତି ହେଲା ଚିତ୍ତଙ୍କ ମୃତ୍ୟୁ ? ଘଟଣାର ମୋଡ ବଦଳୁଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । କଣ ରହିଛି ମୃତ୍ୟୁ ରହସ୍ୟ ଏନେଇ ଚିତ୍ତଙ୍କ ଗାଁ ସାନବନ୍ଧକେରା ଗାଁରେ ଟିମ୍ ପହଂଚି ଖୋଳତାଡ କରିଛି କ୍ରାଇମବ୍ରାଞ୍ଚ ।

ପରିବାର ଲୋକଙ୍କୁ ପଚରା ଉଚୁରା କରିବା ସହିତ ସେମାନଙ୍କ ବୟାନ ରେକର୍ଡ କରିଛି । ତା ସହିତ ସଂଧ୍ୟା ସୁଦ୍ଧା ୬ ଜଣଙ୍କୁ ଜେରା କରାଯାଇଛି । ବାକି କିଛି ଲୋକଙ୍କୁ ଜେରା କରାଯାଇ ତଦନ୍ତ ଜାରି ରଖିବାକୁ କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍ପି।

ମୃତ ଦେହ ମିଳିଥିବା ସ୍ଥାନରେ କ୍ରାଇମବ୍ରାଞ୍ଚ ଟିମ ଅନୁଧ୍ୟାନ ପରେ ଘଟଣା ଦିନ ଚିତ୍ତ ସହିତ ଭୋଜି ରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ପୁରୀ ବାସେଳି ସାହି ଥାନାରେ ଜେରା କରିଛି। କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଦେଇଥିବା ବେଳେ ଖୁବଶିଘ୍ର ମୃତ ଚିତ୍ତ ପରିବାରକୁ ନ୍ୟାୟ ମିଳିବ ବୋଲି ରହିଛି ଆଶା।

କ୍ରାଇମବ୍ରାଞ୍ଚ ଘଟଣାର ଖୋଳତାଡ ଆରମ୍ଭ କରିଦେଇଥିବା ବେଳେ ଦୋଷୀକୁ ଖୁବଶିଘ୍ର ଦଣ୍ଡ ମିଳିବ। …

Leave A Reply

Your email address will not be published.