Latest Odisha News

BREAKING NEWS

ଅନ୍‌ଲାଇନ୍‌ରେ ଜଗା ଦର୍ଶନ !

ପୁରୀ: କରୋନା ମହାମାରୀ ଯୋଗୁଁ ଦୀର୍ଘ ଦନ ହେବ ସମସ୍ତ ଧାର୍ମିକ ପୀଠ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି । ପୁରୀରେ ବି ଶ୍ରୀଜିଉଙ୍କ ଦର୍ଶନରୁ ଶ୍ରଦ୍ଧାଳୁମାନେ ବଂଚିତ ଅଛନ୍ତି । ଏହାକୁ ଆଧାର କରି ଆଜି ଜଗା ଦର୍ଶନ ପାଇଁ ବିଚାର ବିମର୍ଶ ଚାଲିଛି । ଶ୍ରୀଜିଉଙ୍କ ଦର୍ଶନ ଲାଗି ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରାଯିବା ନେଇ ଏକ ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରସ୍ତାବ ଗୃହୀତ ହେବା ପରେ କାର୍ୟ୍ୟକାରୀ ହେବ।

ଏହି ପ୍ରସ୍ତାବ ଅନୁସାରେ ଶ୍ରଦ୍ଧାଳୁଙ୍କୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନଲାଇନ୍‌ ପଞ୍ଜିକରଣ କରିବାକୁ ପଡ଼ିବ।  ଏଥିଲାଗି ଏକ ସ୍ବତନ୍ତ୍ର ୱେବସ‌ାଇଟ୍ ଖୋଲାଯିବ। ଭକ୍ତ ଜଗନ୍ନାଥଙ୍କ ଦର୍ଶନ ପାଇଁ ଅନଲାଇନ ବୁକିଂ କରିବାକୁ ପଡ଼ିବ । ୱେବସାଇଟରେ ନିଜର ନାମ ପଞ୍ଜିକରଣ କରିବେ। ଏହାପରେ ସେମାନେ କୋଭିଡ୍-୧୯ ଗାଇଡଲାଇନ୍ ଅନୁସାରେ ନିଜର ପରିଚୟ ଓ କରୋନା ପରୀକ୍ଷା ରିପୋର୍ଟ ଦାଖଲ କରିବେ। ଏହାପରେ ସେମାନଙ୍କୁ ଦର୍ଶନ ଲାଗି ସମୟ ପ୍ରଦାନ କରାଯିବ। ପ୍ରଥମେ ପୁରୀ ଶ୍ରଦ୍ଧାଳୁଙ୍କୁ ଏହି ଦର୍ଶନ ସୁବିଧା ଦିଆଯିବ ବୋଲି କୁହାଯାଉଛି।

ଦିନକୁ ନିର୍ଦ୍ଦିଷ୍ଟ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ଉପଲବ୍ଧ ହେବ । ଏହାସହ ଅନଲାଇନ ଦର୍ଶନ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି । ଏନେଇ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ନିଜ ବ୍ୟକ୍ତିଗତ ମତ ଦେଇଛନ୍ତି ।

Leave A Reply

Your email address will not be published.