Latest Odisha News

BREAKING NEWS

ବାରିପଦାରେ ବଢୁଛି ଅପରାଧ, ହତ୍ୟା, ଦୁଷ୍କର୍ମ ଓ ଛିନତାଇକୁ ନେଇ ଲୋକେ ଆତଙ୍କିତ

ବାରିପଦା : ମହାମାରୀ କରୋନା କଟକଣା କୋହଳ ହୋଇଥିବା ବେଳେ ଆଦିବାସୀ ବହୁଳ ତଥା ଉପାନ୍ତ ମୟୂରଭଞ୍ଜ ଜିଲ୍ଲାରେ ବୃଦ୍ଧି ପାଉଛି ଜଘନ୍ୟ ଅପରାଧ । ଅପରାଧ ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ ପାଇଛି । ଗତ ଜୁଲାଇ ମାସ ଶେଷ ସପ୍ତାହ ଏବଂ ଚଳିତ ଅଗଷ୍ଟ ମାସର ୨ ତାରିଖ ସୁଦ୍ଧା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ହତ୍ୟା, ଦୁଷ୍କର୍ମ, ଚୋରି, ଛିନତାଇ ଓ ଡକାୟତି ଭଳି ସଙ୍ଗୀନ ବୃଦ୍ଧି ପାଇଛି ।

ଗତ ଜୁଲାଇ ମାସ ଶେଷ ସପ୍ତାହରେ ଜିଲ୍ଲା ସଦର ମହକୁମା ବାରିପଦା ସହରରେ ପାଞ୍ଚଟି ସୁନା ହାର ଛିନତାଇ ଘଟଣା ସାମ୍ନାକୁ ଆସିଛି । ସେହିପରି ଟାଉନ ଥାନା ସମ୍ମୁଖ ଓ ପଛପଟରେ ଥିବା ଏକ ହୋମିଓପାଥିକ ମେଡ଼ିସିନ ଦୋକାନ ଏବଂ ଘରୁ ଲକ୍ଷାଧିକ ଟଙ୍କା, ଔଷଧ ସମେତ ଲ୍ୟାପଟପ ଓ ମୋବଇଲ ଫୋନ ଲୁଟି ନେଇଥିଲେ ଲୁଟାରା । ଘରୋଇ ବସ ଷ୍ଟାଣ୍ଡ ପରିସରରେ ଏପରି ଡକାୟତି ଘଟଣାକୁ ସହରବାସୀଙ୍କ ମନରେ ଛନକା ପଶିଛି ।

ଜୁଲାଇ ମାସ ଶେଷ ସପ୍ତାହ ଓ ଚଳିତ ଅଗଷ୍ଟ ମାସ ୨ ତାରିଖ ମଧ୍ୟରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ୭ଟି ନରହତ୍ୟା ମାମଲା, ୧୨ଟି ଦୁଷ୍କର୍ମ ମାମଲା ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ଯଶିପୁର ଶାଖାରୁ ଡକାୟତି ଉଦ୍ୟମ ମାମଲା ପଞ୍ଜିକୃତ ହୋଇଛି । ସେହିପର ଗତକାଲି ପାଞ୍ଚପିଢ଼ ଉପଖଣ୍ଡ ରରୁଆ ଥାନା ଟିଲୁ ସାହି ଗାଁରେ ଜଣେ ବିଧବା ମହିଳାଙ୍କୁ ତାଙ୍କ ପୁତୁରା କଟୁରୀରେ ହାଣି ହତ୍ୟା କରିଛି । ଏହାସହ ବେତନଟୀ ଥାନା ପୁରିଖୁଣ୍ଟା ଗାଁର ବାବୁଲୁ ମୁର୍ମୁ ନାମକ ଜଣେ ରେଳ ବିଭାଗର କର୍ମଚାରୀଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରିଛି ପୋଲିସ । ଜିଲ୍ଲାରେ ବାରମ୍ବାର ଅପରାଧ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ ।

Leave A Reply

Your email address will not be published.