ଭୁବନେଶ୍ବର: ଓଡିଶା ମାଟି ତଳେ ରହିଛି କ୍ରିଟିକାଲ ମିନେରାଲ ଲିଥିୟମ୍ । ରାଜ୍ୟର ନୟାଗଡ ଜିଲ୍ଲାର ମାଟି ତଳେ ଲିଥିୟମ ରହିଥିବା ନେଇ ଗ୍ରୀନ ସିଗନାଲ ଦେଇଛି ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ । ନୟାଗଡ଼ ଜିଲ୍ଲାର ମାଟି ତଳେ ଲିଥିୟମ ଥିବା ନେଇ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆକୁ ସଙ୍କେତ ମିଳିଥିବା ବେଳେ ଏନେଇ ଅଧିକ ସର୍ଭେ ଜାରି ରହିଛି ।
ତେବେ ଏବେ ଓଡିଶା ମାଟିରେ ଲିଥିୟମ ଖୋଜୁଛି ଜିଓଲୋଜିକାଲ ସର୍ଭେ ଇଣ୍ଡିଆ । ଯେଉଁଥିରେ ନୟାଗଡ ଜିଲ୍ଲାର ମାଟି ତଳେ ଲିଥିୟମ ଥିବା ସଙ୍କେତ ମିଳିଛି । ଏଥିସହିତ ଏବେ ରାଜ୍ୟରେ ମାଟି ତଳେ ଥିବା ପ୍ରାକୃତିକ ସମ୍ପଦ ଖୋଜିବା ପାଇଁ ଟେକନୋଲୋଜିକୁ ବ୍ୟବହାର କରାଯାଉଛି । ଏଆଇକୁ ବ୍ୟବହାର କରି ଏବେ ଓଡିଶା ମାଟିରେ ଖୋଜା ଚାଲିଛି କେଉଁଠି ଅଛି କେଉଁ ଖଣି?
ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । ଡ୍ରୋନ୍ ମାଧ୍ୟମରେ ଖଣିଜ ପଦାର୍ଥ ଖୋଜିବାକୁ ଅଭିଯାନ ଜାରି ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । କନ୍ଧମାଳ, ମାଲକାନଗିରି ଭଳି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବନ୍ଦ ଥିବା ଖଣିଜ ଏବେ ଏହି ପ୍ରକଳ୍ପରେ ପୁଣି ଥରେ ଆରମ୍ଭ ହେବ । ଆସନ୍ତାକାଲି କୋଣାର୍କରେ ହେବାକୁ ଥିବା ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଜିଏସଆଇର ବୋର୍ଡ ବୈଠକ । ସବୁ ରାଜ୍ୟର ଖଣି, ଜିଏସଆଇ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି । ପ୍ରାୟ ୫୦ ଭାଗ ଖଣିଜ ଯୋଗାଇ ଦେଶର ଖଣି ରାଜଧାନୀ ଭାବେ ପରିଚିତ ଓଡ଼ିଶାରେ ଏହି ବୈଠକ ଅନେକ ଗୁରୁତ୍ବ ବହନ କରୁଛି ବୋଲି କହିଛନ୍ତି କେନ୍ଦ୍ର ଖଣି ସଚିବ ଏଲ୍ କାନ୍ତା ରାଓ ।
Comments are closed.