Latest Odisha News

ଓଲଟିଲା ଯାତ୍ରୀବାହି ଡଙ୍ଗା, ଚଲିଗଲା ୩ ଜଣଙ୍କ ଜୀବନ

ପାଟଣା: ଓଲଟିଲା ଯାତ୍ରୀବାହି ଡଙ୍ଗା । ଚଲିଗଲା ୩ ଜଣଙ୍କ ଜୀବନ । ବିହାର କଟିହାର ଜିଲ୍ଲାରେ ସକାଳୁ ସକାଳୁ ଏକ ବଡ଼ ଧରଣର ଅଘଟଣ ଘଟିଛି । ଗଙ୍ଗା ନଦୀରେ ଡଙ୍ଗା ଓଲଟିବା ଯୋଗୁଁ ୩ ଜଣଙ୍କ ଜୀବନ ଚାଲିଯାଇଛି । ଡଙ୍ଗାରେ ୧୭ଜଣ ଥିବା ବେଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଖବର ମୁତାବକ, ଡଙ୍ଗାଟି ଦକ୍ଷିଣ କରିମୁଲ୍ଲାପୁରର ମେଘୁ ଘାଟରୁ ଗଦାଇ ଦିୟାରା ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ଡଙ୍ଗାରେ ଲୋକମାନେ ନଦୀର ଆରପଟେ ଥିବା ଜମିରେ ଚାଷକାମ ଦେଖିବାକୁ ଯାଉଥିଲେ । କିନ୍ତୁ ନଦୀର ପ୍ରଖର ସ୍ରୋତରେ ଭାରସ୍ୟାମ ହରାଇ ଡଙ୍ଗାଟି ଓଲଟି ପଡିଥିଲା । ତେବେ ଡଙ୍ଗାରେ ୧୭ରୁ ଅଧିକ ଜଣ ଯାତ୍ରୀ ଥିବା ବେଳେ ୪ଜଣ ପହଁରି ପହଁରି ପଳେଇ ଆସିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଏସଡିଆରଏଫ ଏବଂ ପୋଲିସ । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଏପର୍ଯ୍ୟନ୍ତ ୩ଜଣଙ୍କ ମୃତଦେହ ଜବତ ହୋଇଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶା କରାଯାଉଛି । ନିଖୋଜ ଥିବା ଅନ୍ୟମାନଙ୍କ ଖୋଜା ଚାଲିଛି । ସେପଟେ ମିଳିଥିବା ୩ ମୃତକଙ୍କ ପରିଚୟ ମିଳିଛି । ଘଟଣାସ୍ଥଳରେ ନଦୀର ପ୍ରବାହ ଜୋର ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ପୋଲିସ ଏବଂ ଏନଡିଆରଏଫ ଟିମ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ନିଖୋଜଙ୍କୁ ଖୋଜୁଛି ।

 

Comments are closed.