Latest Odisha News

BREAKING NEWS

ମହିଳାଙ୍କୁ ଖାଇଦେଲା କୁମ୍ଭୀର: ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ଯାଜପୁର: କୁମ୍ଭୀର ଆକ୍ରମଣରେ ମହିଳା ମୃତ। ବିରୂପା ନଦୀରେ ଗାଧୋଉଥିବାବେଳେ ଟାଣିନେଲା କୁମ୍ଭୀର । ଯାଜପୁର ବରୀ ବ୍ଲକ ଅମଠପୁରରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ମହିଳା ପାଲଟପୁର ଗାଁର ଅନାମ ଜେନାଙ୍କ ପତ୍ନୀ ଜ୍ୟୋତ୍ସ୍ନା ଜେନା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୁଣ୍ଡ ଓ ଗୋଡ଼ ବିହୀନ ମୃତଦେହ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଅମଠପୁର ପଞ୍ଚାୟତ ଅନ୍ତର୍ଗତ ପାଲଟପୁର ଗ୍ରାମର ଜ୍ୟୋତ୍ସ୍ନା ଜେନା ଶୌଚ ହେବାକୁ ନିକତସ୍ଥ ବିରୂପା ନଦୀକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଏକ କୁମ୍ଭୀର ଟାଣି ନେଇଯାଇଥିଲା । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । କିଛି ଘଣ୍ଟାର ପରିଶ୍ରମ ପରେ ଶେଷରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । କୁମ୍ଭୀର ମହିଳାଙ୍କୁ ଆକ୍ରମଣ କରୁଥିବା ଘଟଣା ମୋବାଇଲରେ କଏଦ ହୋଇଛିା

ସେପଟେ ବିରୂପା ନଦୀରେ ବାରମ୍ବାର କୁମ୍ଭୀର ଆକ୍ରମଣକୁ ନେଇ ଭୟରେ ପୁରା ଅଞ୍ଚଳବାସୀ । କିଛି ଦିନ ତଳେ ଏହିପରି ଭାବେ ଜଣକୁ ଟାଣିନେଇଥିଲା କୁମ୍ଭୀର । ଆଜି ପୁଣି ଆଉ ଜଣଙ୍କୁ ଟାଣି ନେଇଛି କୁମ୍ଭୀର । ସୂଚନାଥାଉ କି, ଏହା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଲଗାତାର ୪ରୁ ଅଧିକ କୁମ୍ଭୀର ଆକ୍ରମଣ ଘଟଣା ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.