Latest Odisha News

BREAKING NEWS

ପ୍ରବଳ ବର୍ଷା ଯୋଗୁ ଭିଜିଲା ପାଚିଲା ଧାନ, ଚାଷୀ ମୁଣ୍ଡରେ ଚଡ଼କ

ବାଲେଶ୍ୱର : ଦୁର୍ବଳ ହେଲା ବାତ୍ୟା ଜୱାଦ୍ । ସମୁଦ୍ର କୂଳବର୍ତ୍ତୀ ଜିଲ୍ଲାମାନଙ୍କ ପ୍ରତି ସେତେଟା ବିପଦ ନାହିଁ । ଆଜି ସକାଳୁ ବାତ୍ୟା ପ୍ରଭାବରେ ପବନ ଓ ବର୍ଷା ଲାଗି ରହିଛି । ତେବେ ଏହା ବେଶି କ୍ଷତି କରିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପବନ ଓ ବର୍ଷା ହେବାର ଥିବାରୁ ପଦାକୁ ନ ବାହାରିବାକୁ ନିମନ୍ତେ ଏସଆରସି ସତର୍କ କରାଇଛନ୍ତି ।

ପବନ ଓ ବର୍ଷାରେ ଧାନ ଓ ଅଣଧାନ ଫସଲ କ୍ଷତିଗ୍ରସ୍ତ ବୋଲି ବୋଲି ମଧ୍ୟ ଏସଆରସି କହିଛନ୍ତି। ବାଲେଶ୍ବରରେ ଶୁକ୍ରବାର ରାତିରୁ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ବାତ୍ୟା ଦୃଷ୍ଟିରୁ ଶୁକ୍ରବାରଠାରୁ କିଛି ସ୍ଥାନରୁ ୧୨୦ ଜଣ ଗ୍ରାମବାସୀଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିଲା । ୩୦ ଗର୍ଭବତୀ ମହିଳାଙ୍କ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବାତ୍ୟା ଦୁର୍ବଳ ହେବା ପରେ ଶନିବାର ଆଉ କାହାରିକୁ ସ୍ଥାନାନ୍ତରଣ କରାଯାଇ ନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ତେବେ ପବନ ଓ ବର୍ଷା ହେବାର ଥିବାରୁ ଏଥି ପ୍ରତି ନଜର ରଖାଯାଇଥିବା ନେଇ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି।

ସମ୍ଭାବ୍ୟ ବାତ୍ୟାକୁ ଦେଖି ପ୍ରଶାସନ ପକ୍ଷରୁ ଅମଳ ଧାନ ସୁରକ୍ଷିତ ରଖିବା ଏବଂ ବିଲରେ ଥିବା ପାଚିଲା ଧାନକୁ ତୁରନ୍ତ ଅମଳ କରି ନେବାକୁ ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ତେବେ ଅମଳ ଧାନ ରଖିବାକୁ ସୁରକ୍ଷିତ ସ୍ଥାନ ନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି  ବାତ୍ୟା ଯୋଗୁ ତରବରିଆ ଭାବେ କଟାଯାଇଛି । ହେଲେ ବିଲରେ ସବୁ ଧାନ ପଡିଥିବା ବେଳେ ଉଠାଯାଇ ପାରି ନାହିଁ । ବର୍ଷା ଯୋଗୁ ବିଲରେ ପାଣି ଜମି ଧାନ ସବୁ ଭିଜିଯାଇଛି ।

Leave A Reply

Your email address will not be published.