Latest Odisha News

BREAKING NEWS

ଖଲ୍ଲିକୋଟରେ ସର୍ବାଧିକ ୧୫୮ମିମି ବର୍ଷା ରେକର୍ଡ଼

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି । ଜୱାଦ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । ରାଜ୍ୟରେ ଖଲ୍ଲିକୋଟରେ ସର୍ବାଧିକ ୧୫୮ମିମି ବର୍ଷା ରେକର୍ଡ଼ ହୋଇଛି । ଏହାଛଡ଼ା ନୟାଗଡ଼ରେ ୧୦୭.୫, ଛତ୍ରପୁରରେ ୮୬.୬ ଓ ଭୁବନେଶ୍ୱରରେ ୪୨.୩ ମିମି, ଖୋର୍ଦ୍ଧାର ବାଣପୁରରେ ୮୧ମିମି ବର୍ଷା ହୋଇଛି । ଗଞ୍ଜାମର ପୋଲସରାରେ ୭୧.୮, ଗଞ୍ଜାମ କୋଦଳାରେ ୭୪.୪, ଗଞ୍ଜାମ ସହରରେ ୬୮.୮ ମିମି ବର୍ଷା ରେକର୍ଡ଼ ହୋଇଛି । ଜଗତସିଂହପୁର ଏରସମାରେ ୬୮ ଓ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ୬୫ମିମି ବର୍ଷା ହୋଇଥିବା ଜଣାଯାଇଛି ।

ବର୍ତ୍ତମାନ ଗଭୀର ଅବପାତ ରହିଛି । ଦୁର୍ବଳ ହୋଇ ଅବପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.