Latest Odisha News

ଛତିଶଗଡରେ ଆଇଇଡି ବିସ୍ଫୋରଣ, ଜଣେ ଯବାନ ସହିଦ

ଛତିଶଗଡ: ଛତିଶଗଡର ବସ୍ତର ନିକଟରେ ବୁଧବାର ଦିନ ଘଟିଥିବା ଆଇଇଡି ବିସ୍ଫୋରଣରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି ।

ସହିଦ ଯବାନ ଜଣକ ରୋଶନ କୁମାର ବୋଲି ସୂଚନା ମିଳିଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ବସ୍ତରସ୍ଥିତ ପଶୁପାଳ ନିକଟରେ ଥିବା ସିଆରପିଏଫର ୧୯୫ ବାଟାଲିୟନ ପାଖରେ ଯବାନମାନେ ପାଟ୍ରୋଲିଂ ସାରି ଫେରୁଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା ।

ତେବେ ଏହି ବିସ୍ଫୋରଣ ପରେ ଉକ୍ତ ଅଞ୍ଚଳରେ ସେନା ପକ୍ଷରୁ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.