Latest Odisha News

BREAKING NEWS

ପୋଲିସଙ୍କ ସୁରକ୍ଷା ଦାବିକରି ରାଜ୍ୟ ପୋଲିସ ଅଫିସର୍ସ ସଂଘ ସଭାପତି ନିଲମ୍ବିତ

କଟକ: ରାଜ୍ୟରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ସୁରକ୍ଷା ଦାବି କରି ନିଲମ୍ବିତ ହୋଇଛନ୍ତି ଜଣେ ପୋଲିସ ଅଧିକାରୀ ।

ରାଜ୍ୟ ପୋଲିସ ଅଫିସର୍ସ ସଂଘର ସଭାପତି ସତ୍ୟଜିତ ମିଶ୍ର ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ଅଧିକାରୀଙ୍କ ସୁରକ୍ଷା ଦାବି କରିଥିଲେ । ଫଳସ୍ୱରୁପ ତାଙ୍କୁ ପଦବୀରୁ ନିଲମ୍ବନ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ଜିଲ୍ଲାର ବାଲିଆପାଳ ନିକଟ ଏକ ଢାବାରୁ ଜଣେ ନାବାଳକର ମୃତଦେହ ମିଳିବା ଘଟଣାରେ ବାଲିଆପାଳର ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱିକ ସ୍ଥିତି ପରଖିଥିଲେ । ପରେ କୌଣସି କଥାକୁ କେନ୍ଦ୍ରକରି ସ୍ଥାନୀୟ ଲୋକେ ତାଙ୍କୁ ଆକ୍ରମଣ କରିଥିଲେ ।

ପରେ ଏହି ଘଟଣାକୁ ଦୃଷ୍ଟିରେ ରଖି ଡାକ୍ତରଙ୍କ ପରି କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ବୋଲି ସେ ଦାବି କରିଥିଲେ ।

Leave A Reply

Your email address will not be published.