Latest Odisha News

BREAKING NEWS

ସିଆରପିଏଫ୍ ଯବାନ ନିଜ ଶିବିର ଉପରେ ଚଳାଇଲେ ଗୁଳି, ଏହାପରେ କଲେ ଆତ୍ମହତ୍ୟା

ଇମ୍ଫାଲ: ମଣିପୁରର ଇମ୍ଫାଲରେ ଜଣେ ସିଆରପିଏଫ୍ ଯବାନ ତାଙ୍କର ଦୁଇ ସାଥୀଙ୍କୁ ହତ୍ୟା କରିବା ପରେ ନିଜକୁ ଗୁଳି ମାରିଦେଇଛନ୍ତି । ଏହି ସମ୍ବେଦନଶୀଳ ଘଟଣା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF)ଙ୍କ ଶିବିରରେ ଘଟିଛି ।

ସୂଚନାନୁସାରେ, ଜଣେ ଯବାନ ଆଖିବୁଜା ଗୁଳିଚାଳନା କରି ତାଙ୍କର ଦୁଇ ସାଥୀଙ୍କୁ ହତ୍ୟା କରିଛନ୍ତି ଏବଂ ଏହ ପରେ ନିଜକୁ ଗୁଳି କରି ଦେଇଛନ୍ତି | ଏହି ଘଟଣାରେ ଅନ୍ୟ ଆଠ ଜଣ ଆହତ ହୋଇଛନ୍ତି। ଏହି ଘଟଣାଟି ଗୁରୁବାର ରାତି ପ୍ରାୟ ୮.୨୦ ସମୟରେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ଲାମଫେଲ ସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଶିବିରରେ ଘଟିଛି।

୧୨୦ତମ ବାଟାଲିୟନର ହାବିଲଦାର ସଞ୍ଜୟ କୁମାର ନିଜର ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଜଣେ କନଷ୍ଟେବଳ ଏବଂ ଜଣେ ସବ-ଇନ୍ସପେକ୍ଟରଙ୍କୁ ହତ୍ୟା କରିଛନ୍ତି । ଏହାପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ।

ସୂଚନାମୁତାବକ,ଏହି ଗୁଳିକାଣ୍ଡରେ ଆଠ ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଇମ୍ଫାଲର ଆଞ୍ଚଳିକ ଚିକିତ୍ସା ପ୍ରତିଷ୍ଠାନ (RIMS)ରେ ଭର୍ତ୍ତି କରାଯାଇଛି ।

ସିଆରପିଏଫ୍ ଅଧିକାରୀ କହିଛନ୍ତି ଯେ, ଘଟଣାର ଅନୁସନ୍ଧାନ କରାଯାଉଛି ଏବଂ ଏହାର କାରଣ ଶୀଘ୍ର ଜଣାପଡିବ ।

Comments are closed.