Latest Odisha News

BREAKING NEWS

କୋବ୍ରା କମାଣ୍ଡୋ ଯିଏ ଏନକାଉଣ୍ଟର ବେଳେ ବଞ୍ଚାଇଥିଲେ କୁନି ଶିଶୁର ଜୀବନ

ଜମ୍ମୁ କଶ୍ମୀର ସପୋରରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ବେଳେ ଫସି ଯାଇଥିଲା ତିନି ବର୍ଷର ଶିଶୁ । ତାକୁ ଉଦ୍ଧାର କରିଥିଲେ ସିଆରପିଏଫର ଜଣେ ଯବାନ । କିନ୍ତୁ ଆତଙ୍କୀଙ୍କ ଗୁଳିରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ଶିଶୁର ଜେଜେବାପା । ଏହି ଖବର ଆଜି ହେଡଲାଇନ୍ସରେ ରହିଥିଲା । ଆତଙ୍କବାଦୀଙ୍କ ସହ ସାମନା ସାମନି ଲଢ଼େଇ ବେଳେ ନିଜ ଜୀବନକୁ ବାଜି ଲଗାଇ ତିନି ବର୍ଷର ଛୁଆକୁ ନିଜ କୋଳକୁ ଟେକି ନେଇଥିବା ସେହି ବୀର ଯବାନଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଗୁଳି ବିନିମୟ ସମୟରେ ପିଲାଟିକୁ ସତର୍କତାର ସହ ଉଦ୍ଧାର କରିଥିଲେ ସିଆରପିଏଫ୍ ଯବାନ ପଓ୍ୱନ କୁମାର ଚୌବେ । ତାଙ୍କ ଘର ଉତ୍ତରପ୍ରଦେଶର ବାରଣାସୀରେ । ସିଆରପିଏଫର କୋବ୍ରା କମାଣ୍ଡୋ ଅଛନ୍ତି । ୨୦୧୦ରେ ସିଆରପିଏଫରେ ଯୋଗ ଦେଇଥିଲେ ପଓ୍ୱନ ।

ସିଆରପିଏଫର 179B ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି ପଓ୍ୱନ । ୨୦୧୬ରେ ଜମ୍ମୁ କଶ୍ମୀରରେ ମୁତୟନ ଅଛନ୍ତି । ବହୁ ଆତଙ୍କବାଦୀ ଅପରେସନରେ ନିଜକୁ ସାମିଲ କରିଛନ୍ତି ପଓ୍ୱନ । ପୂର୍ବରୁ ନକ୍ସଲ ଦମନ ଅଭିଯାନରେ ସାମିଲ ଥିଲେ । ଲାଲବାହିନୀକୁ ସାବାଡ କରିବା ପାଇଁ ଗଠିତ 203 କୋବ୍ରା ବାଟାଲିୟନରେ କାମ କରିଛନ୍ତି ।

ଆଜି ସପୋରରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଥିଲା । ସାଙ୍ଗରେ ଥିବା ତାଙ୍କ ନାତି ମୃତଦେହ ଉପରେ ବସିଥିଲା । ଆଟାକିଂ ପୋଜିସନରେ ଥିବା ପଓ୍ୱନଙ୍କ ଆଖିରେ ଏଦୃଶ୍ୟ ପଡିଥିଲା । କୌଶଳ କ୍ରମେ ସେ ପିଲାଟି ପାଖରେ ପହଞ୍ଚିଥିଲେ । କୁହାଯାଉଛି ଏଭଳି ପରିସ୍ଥିତିରେ ଲଢ଼ିବା ପାଇଁ ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ଟ୍ରେନିଂ ଦିଆଯାଇଛି । ଆଜି ପୱନଙ୍କ ଅଦ୍ୟମ ସାହସକୁ ସଲାମ କରୁଛି ସାରା ଦେଶ ।

Leave A Reply

Your email address will not be published.