Latest Odisha News

BREAKING NEWS

ଖୋର୍ଦ୍ଧା ମ୍ୟୁନିସିପାଲିଟି ଅଫିସର ଜଣେ କର୍ମଚାରୀଙ୍କୁ କରୋନା

ଖୋର୍ଦ୍ଧା: ପୌର ପରିଷଦ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ କରୋନା । ତାଙ୍କ ପୁଅ ବି ଭୂତାଣୁ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ଗତ କିଛି ଦିନ ହେବ ସେମାନଙ୍କୁ ଜ୍ୱର ହେଉଥିଲା । କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ଜଣାପଡ଼ିଛି ।

ଆସନ୍ତାକାଲି ପୌର ପରିଷଦ କାର୍ଯ୍ୟାଳୟକୁ ସାନିଟାଇନ୍ କରାଯିବ । ଏହାସହ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ କରି କୋଭିଡ୍ ଟେଷ୍ଟ ପାଇଁ ବି ପଠାଯିବ । ଏହି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ।

ସଂପୃକ୍ତ କର୍ମଚାରୀ ମ୍ୟୁନିସିପାଲିଟିରେ କରୋନା ସମ୍ପର୍କିତ ବିଭିନ୍ନ କାର୍ଯ୍ୟ କରୁଥିଲେ । ପଜିଟିଭ୍ ଚିହ୍ନଟ କର୍ମଚାରୀଙ୍କ ରହୁଥିବା ଅଞ୍ଚଳକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବ । ସର୍ଭେଲାନ୍ସ ଟିମର ନଜରରେ ରହିବ ସଂପୃକ୍ତ ଅଞ୍ଚଳ ।

Leave A Reply

Your email address will not be published.