Latest Odisha News

BREAKING NEWS

ଖୋଲୁଛି ଡ୍ରଗ୍ସ କାରବାରର ଗୁମର, କାଲି ସରୁଛି ଆର୍ଯ୍ୟନଙ୍କ ରିମାଣ୍ଡ ଅବଧି

ମୁମ୍ବାଇ : ଖୋଲୁଛି ଡ୍ରଗ୍ସ କାରବାରର ଗୁମର । ଦିନକୁ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଆର୍ଯ୍ୟନଙ୍କ ବିରୋଧରେ ୨ଟି ପ୍ରମାଣକୁ ଆଧାର କରି ମାମଲା ରୁଜୁ ହୋଇଛି । ପ୍ରଥମଟଇ ହେଲା ଏନସିବିର ଜେରା ବେଳେ ଡ୍ରଗସ ନେବା ବିଷୟରେ ସ୍ବୀକାର କରିଛନ୍ତି ଆର୍ଯ୍ୟନ । ଦ୍ବିତୀୟଟି ହେଲା ଶାହରୁଖଙ୍କ ପୁଅ ଆର୍ଯ୍ୟନ ନିଜ ହ୍ବାଟସଆପରେ କରିଥିବା ଚାଟ୍ । ଏହି ଦୁଇଟି ପ୍ରମାଣ ଆଧାରରେ ମାମଲା ରୁଜୁ ହୋଇଛି । ସେହି ଚାଟରୁ ବି ପ୍ରମାଣ ମିଳିଛି ଯେ, ଆର୍ଯ୍ୟନଙ୍କୁ ଡ୍ରଗ୍ସ ପାର୍ଟିକୁ ଆମନ୍ତ୍ରଣ କରାଯାଇଥିଲା । ଆର୍ଯ୍ୟନଙ୍କ ପୁରୁଣା ଚାଟରୁ ପ୍ରମାଣତି ହୋଇଛି ସେ ବହୁ ଆଗରୁ ଡ୍ରଗସ୍ ସେବନ କରୁଥିଲେ ।

BjdElectrycity

ମୁମ୍ବାଇ ରେଭ୍‌ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ଦୁଇ ଓଡ଼ିଆ ଗିରଫ ହୋଇଛନ୍ତି । ୨ ଓଡ଼ିଆଙ୍କ ସହ ୪ ଜଣଙ୍କୁ ଗିରଫ କରିଛି ଏନ୍‌ସିବି । ଡ୍ରଗ୍ସ କାରବାର ମାମଲାରେ ଏପର୍ଯ୍ୟନ୍ତ ୧୬ ଜଣଙ୍କୁ ଗିରଫ କରି ସାରିଲାଣି ଏନସିବି । ଏପଟେ ଆର୍ଯ୍ୟନ ଖାନଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଖୋଳତାଡ କରୁଛି ଏନସିବି । ଆସନ୍ତାକାଲି ଯାଏଁ ଏନସିବିର ରିମାଣ୍ଡରେ ରହିବେ ଆର୍ଯ୍ୟନ ଖାନଙ୍କ ସହ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା । ରିମାଣ୍ଡ ସମୟରେ ଅନେକ ତଥ୍ୟ ହାସଲ କରିବା ଲକ୍ଷ୍ୟରେ ରହିଛି ଏନସିବି ।

Leave A Reply

Your email address will not be published.