Latest Odisha News

BREAKING NEWS

ଗୋଆ ଓ ଆଣ୍ଡାମାନ୍ ଭଳି ଚିଲିକାରେ ପର୍ଯ୍ୟଟକ ପାଇପାରିବେ କ୍ରୁଜ୍ ସୁବିଧା

ଭୁବନେଶ୍ୱର : ଗୋଆ ଓ ଆଣ୍ଡାମାନ୍ ଭଳି ଚିଲିକାରେ ମଧ୍ୟ ପର୍ଯ୍ୟଟକଙ୍କୁ ଖୁବଶୀଘ୍ର ମିଳିବ କ୍ରୁଜ୍ ସୁବିଧା। ଯାହାଫଳରେ ପର୍ଯ୍ୟଟକମାନେ କେରଳ ଭଳି ବୋଟ୍ ହାଉସ୍ ତଥା ଫ୍ଲୋଟିଂ ରେଷ୍ଟୁରାଷ୍ଟର ମଜା ଉଠାଇପାରିବେ।

‘ମରାଳ ମାଳିନୀ ନିଳାମ୍ବୁ ଚିଲିକା’ ଭାବେ ପରିଚିତି ପାଇଥିବା ଚିଲିକାରେ ଏଭଳି ସୁବିଧା ପର୍ଯ୍ୟଟକଙ୍କୁ ପ୍ରଦାନ କରିବା ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ୍ (ଆଇସିଜେଡଏମପି) ଏସମ୍ବନ୍ଧୀୟ ଏକ କନସଲଟିଂ ଫାର୍ମ ନିଯୁକ୍ତ କରିଛନ୍ତି । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ମାଷ୍ଟର ପ୍ଲାନ ସମ୍ପର୍କରେ ଗୁରୁବାର ଦିନ ରାଜ୍ୟ ସଚିବାଳୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ରମ୍ଭା ନିକଟରେ ୩୨ ଏକର ଓ ସାତପଡ଼ାରେ ୮୦ରୁ ୯୦ ଏକର ସରକାରୀ ଭୂମି ଚିହ୍ନଟ ହୋଇଛି। ପରବର୍ତ୍ତୀ ସମୟରେ ମାଷ୍ଟର ପ୍ଲାନ ଅନୁଯାୟୀ ଉକ୍ତ ଭୂମିଗୁଡିକୁ ବିକଶିତ କରାଯିବ ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.