Latest Odisha News

BREAKING NEWS

ଆସନ୍ତା ଜୁନ୍ ୯ରେ ମୋଦିଙ୍କୁ ଭେଟିବେ ନବୀନ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଜୁନ୍ ୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର ସମ୍ଭାବନା ରହିଛି ।

ଦଳୀୟ କର୍ମୀଙ୍କ ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ଶନିବାର ଦିନ ଦିଲ୍ଲୀ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ରବିବାର ଦିନ ବିଜେଡି ସାଂସଦଙ୍କ ସମେତ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ।

ନବୀନ ରାଜ୍ୟର ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ଦାବୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପିତ କରିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କ ସମେତ କିଛି କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ମଧ୍ୟ ଭେଟିପାରନ୍ତି।

Leave A Reply

Your email address will not be published.