Latest Odisha News

BREAKING NEWS

ବିଏମସିର ସ୍ୱତନ୍ତ୍ର ଅଫର: ଆଜି ଇ-ବସ ଓ ଇ-ରିକ୍ସାରେ ମାଗଣା ଯିବେ ଯାତ୍ରୀ

ଭୁବନେଶ୍ୱର:ଆଜି ମାମଣା ଯାତ୍ରା । ମୋ ଇ ବସ ହେଉ ବା ଇ ରିକ୍ସା ହେଉ, ଯେଉଁଥିରେ ଯିବେ ମାଗଣାରେ ଯିବେ । କେଉଁଠି ଦେବାକୁ ପଡିବନି ଫିସ । ଏନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ଏବଂ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ଏପରି ଘୋଷଣା କରାଯାଇଛି ।

BjdElectrycity

ବିଏମସି ମେୟର ସୁଲୋଚନା ଦାସ ଏ ନେଇ ଘୋଷଣା କରିଛନ୍ତି । ଆଜି ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ଅବସରରେ ଏପରି ଘୋଷଣା କରିଛନ୍ତି ମେୟର । ଭୁବନେଶ୍ୱରରେ ୧୦ଟି ରୁଟ୍ରେ ଏବେ କ୍ରୁଟର ୫୦ଟି ଇ-ବସ୍ ଓ ୫୦ଟି ଇ-ରିକ୍ସା ଚଳାଚଳ କରୁଛି । ଏ ସମସ୍ତ ରୁଟରେ ଆଜି ଯାତ୍ରୀମାନେ ମାଗଣା ଯାତ୍ରା କରିପାରିବେ ।

ସେପ୍ଟେମ୍ବର ୭ ହେଉଛି ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ । ମିଳିତ ଜାତିସଂଘ ସାଧାରଣ ସଭାରେ ନୀଳ ଆକାଶ ପାଇଁ ସ୍ୱଚ୍ଛ ବାୟୁ ଥିମରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବର୍ଷର ଥିମ ଥିଲା, ‘ସ୍ୱଚ୍ଛ ବାୟୁ ପାଇଁ ଏକାଠି ହେବା ।’

ସୂଚନାଥାଉ କି, ଭୁବନେଶ୍ୱରରେ ୫୦ ଟି ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରୁଛି । ଉଜଟଞ ଏହାର ସମସ୍ତ ଯାନବାହାନକୁ ଇ-ବସ୍ ସହିତ ବଦଳାଇବାକୁ ଲକ୍ଷ୍ୟ ରଖିଛି । ଆଗାମୀ ଦୁଇ ମାସ ମଧ୍ୟରେ ୨୦୦ ଇଲେକ୍ଟ୍ରିକ୍ ବସ୍ ଚଳାଚଳ ଆରମ୍ଭ କରିବ ବୋଲି ପୂର୍ବରୁ ସୂଚନା ଦେଇଥିଲା କ୍ରୁଟ ।

ସେହିପରି ସରକାରଙ୍କ ପ୍ରତିବଦ୍ଧତାର ଏକ ଅଂଶ ଭାବରେ ଆହୁରି ୨୦୦ ଇ-ଅଟୋ ଯୋଡିବାକୁ ଯୋଜନା ରହିଛି। ଏହି ଇ-ଅଟୋଗୁଡିକର ପରିଚାଳନା ଦାୟିତ୍ୱ କେବଳ ମହିଳା, ଟ୍ରାନ୍ସଜେଣ୍ଡର ଏବଂ ଏଚ୍.ଆଇ.ଭି ପଜିଟିଭମାନେ ହିଁ ନେବେ ।

Leave A Reply

Your email address will not be published.