Latest Odisha News

ବଲାଙ୍ଗୀରରେ ବେଆଇନ୍ କ୍ରିପ୍ଟୋକରେନ୍ସି କାରବାରର ପର୍ଦ୍ଦାଫାସ, ମାଷ୍ଟରମାଇଣ୍ଡ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ପୁଲିସ ବେଆଇନ୍ କ୍ରିପ୍ଟୋକରେନ୍ସି  କାରବାରର ପର୍ଦ୍ଦାଫାସ କରିବା ସହ ରାକେଟର କିଙ୍ଗପିନ୍ ପ୍ରଶାନ୍ତ ମେହେରଙ୍କୁ ଶନିବାର ଗିରଫ କରିଛି। ତା’ ନିକଟରୁ ଏକ ବିଳାସପୂର୍ଣ୍ଣ କାର୍ ଓ ଠକେଇ ସମ୍ବନ୍ଧୀୟ ଅନେକ କାଗଜପତ୍ର ମଧ୍ୟ ଜବତ ହୋଇଛି।

ପୁଲିସ ସୂଚନା ଅନୁଯାୟୀ, ମେହେର ଓ ତାଙ୍କ ସହଯୋଗୀମାନେ କ୍ରିପ୍ଟୋକରେନ୍ସିକୁ ନେଇ ଏକ ଠକେଇ ସ୍କିମ୍ ଚଳାଉଥିଲେ। ସେମାନେ ଥାଇଲାଣ୍ଡ ଓ ଦୁବାଇକୁ ବିଦେଶ ଗସ୍ତର ଅଫର ଦେଇ ଲୋକଙ୍କୁ ପ୍ରଲୋଭିତ କରିବା ସହ ବିଭିନ୍ନ ଆପ୍ ଓ ୱେବସାଇଟ୍ ଜରିଆରେ ଠକେଇ କରୁଥିଲେ।

ବଲାଙ୍ଗୀର ଏସପି ଋଷିକେଶ ଖିଲାରୀ କହିଛନ୍ତି, ୧୦୦ କୋଟି କ୍ରିପ୍ଟୋକରେନ୍ସି ଲଞ୍ଚ କରିବାକୁ ଯୋଜନା ଥିଲା। ସେମାନେ ସେହି ମୁଦ୍ରାର ୧.୫ ପ୍ରତିଶତ ବଜାରରେ ପ୍ରଚଳନକୁ ଆଣିଥିଲେ। ସେହି ମୁଦ୍ରା ଜରିଆରେ ସେମାନେ ବିଭିନ୍ନ ନିବେଶକଙ୍କଠାରୁ ପ୍ରାୟ ୧୨ରୁ ୧୫ କୋଟି ଟଙ୍କା ଆଦାୟ କରିଥିଲେ। ସେମାନଙ୍କ କାରବାରକୁ ରୋକିବା ପାଇଁ ସେମାନେ ‘Pegmatite Sustainable Solutions Private Limited’  ନାମରେ ଏକ ମାର୍କେଟିଂ କମ୍ପାନି ମଧ୍ୟ ଆରମ୍ଭ କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, “ସେମାନଙ୍କର ବିଭିନ୍ନ ଏଜେଣ୍ଟଙ୍କ ଜରିଆରେ ସେମାନେ ଲୋକଙ୍କୁ ଭେଟି କ୍ରିପଟୋ କରେନ୍ସି  କିପରି କାମ କରେ ସେ ବିଷୟରେ ବୁଝାଉଥିଲେ।

ଜୁଲାଇ ୨୦୨୨ରେ ଯେତେବେଳେ ସେମାନେ ଏହି ମୁଦ୍ରା ଲଞ୍ଚ କରିଥିଲେ ସେତେବେଳେ ଏହାର ମୂଲ୍ୟ ୧୦ ପଇସା ଥିଲା । ବର୍ତ୍ତମାନ ସୁଦ୍ଧା ଏହାର ମୂଲ୍ୟ ୮୫ ପଇସାରେ ପହଞ୍ଚିଛି। ସେମାନେ କୃତ୍ରିମ ଭାବରେ ସେମାନଙ୍କ ମୁଦ୍ରାର ମୂଲ୍ୟରେ ହେରଫେର କରୁଥିଲେ ଏବଂ ଲୋକଙ୍କୁ ଏଥିରେ ନିବେଶ କରିବାକୁ ପ୍ରଲୋଭିତ କରୁଥିଲେ। ପୁଲିସ ଘଟଣାର ତଦନ୍ତ କରିବା ସହ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି।

Comments are closed.