Latest Odisha News

ଓଡ଼ିଶାକୁ ରେଳ ଚଳାଚଳ କମ୍ କରାଯାଉ: ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ଚିଠି ଲିଖିଛନ୍ତି ରାଜ୍ୟ ସରକାର । ଓଡ଼ିଶାକୁ ଟ୍ରେନ୍ ଚଳାଚଳ କମାଇବା ପାଇଁ ଚିଠିରେ ନିବେଦନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ସେ ଚିଠିରେ ଲେଖିଛନ୍ତି ଯେ, ଜୁଲାଇ ୩୧ ଯାଏଁ ଓଡ଼ିଶାକୁ ଟ୍ରେନ୍ ଚଳାଚଳ କମ୍ କରାଯାଉ । ଏହାସହ ଆନ୍ତଃରାଜ୍ୟ ଟ୍ରେନ୍‌ଗୁଡିକ ସୀମତ ଷ୍ଟେସନରେ ରଖିବାକୁ ଅନୁମତି ନଦିଆଯାଉ । ନୂଆ ଟ୍ରେନ ଚଳାଚଳକୁ ଓଡ଼ିଶାରେ ରହଣୀ ଅନୁମତି ଦିଆନଯାଉ । ଓଡ଼ିଶା ଦେଇ ଯାଉଥିବା ଟ୍ରେନ ସଂଖ୍ୟା ନବଢ଼ାଇବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି । ଓଡ଼ିଶାରେ କରୋନା ସଂକ୍ରମଣ ଆଶଙ୍କାକୁ ଏଡ଼ାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି ।

Leave A Reply

Your email address will not be published.