Latest Odisha News

ସୁଶାନ୍ତଙ୍କ ଭିଣୋଇଙ୍କ ନେପୋମିଟର ମୁଭ୍ : ସଡକ ୨ରେ ୯୮ ପ୍ରତିଶତ ନେପୋଟିଷ୍ଟିକ୍

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ଦୁଇ ଭାଗର ବିଭକ୍ତ ହୋଇଯାଇଛି । ବଂଶବାଦ ଏବଂ ପ୍ରତିଭାବାନ୍ କଳାକାର ମଧ୍ୟରେ ଏହି ଲଢ଼େଇକୁ ଚିତ୍ରଣ କରାଯାଉଛି । ସୁଶାନ୍ତଙ୍କ ଭିଣୋଇ ବିଶାଳ କିର୍ତି ଏ ନେଇ ଏକ ନେପୋମିଟର ପ୍ରସ୍ତୁତ କରିଛନ୍ତି । ଏହା ମାଧ୍ୟମରେ ଫିଲ୍ମରେ କେତେଜଣ ବଂଶବାଦ ଯୋଗୁ ଏହା ସହିତ ଜଡିତ ଅଛନ୍ତି । ଏହାକୁ ନେଇ ସେ ରେଟିଂ ପ୍ରସ୍ତୁତ କରୁଛନ୍ତି ଏବଂ ନେପୋମିଟର ଅଧିକ ମାତ୍ରାରେ ରହିଲେ ଫିଲ୍ମକୁ ବର୍ଜନ କରିବା ପାଇଁ କହିଛନ୍ତି ।

ନିକଟରେ ଆଲିୟା ଭଟ୍ଟଙ୍କ ସଡକ-୨ ଫିଲ୍ମକୁ ସମ୍ପୂର୍ଣ୍ଣ ଭାବେ ନେପୋଟିଷ୍ଟିକ୍ ବୋଲି ସେ କହିଛନ୍ତି । ୯୮ ପ୍ରତିଶତ ବଂଶବାଦ ଲୋକ ଏଥିରେ ଜଡିତ ରହିଛନ୍ତି । ସେ ପରୋକ୍ଷରେ ଏହାକୁ ବର୍ଜନ କରିବା ପାଇଁ ପ୍ରଶଂସକଙ୍କୁ କହିଛନ୍ତି ।

Leave A Reply

Your email address will not be published.