ଆବୁଧାବି: ଫଟାଫଟ୍ କ୍ରିକେଟର ମହାସମର ଆଇପିଏଲ ୨୦୨୦ ସଂସ୍କରଣର ଉଦଘାଟନୀ ମ୍ୟାଚରେ ବାଜିମାତ୍ କରିଛି ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ୍ । ଆଜି ଅନୁଷ୍ଠିତ ହୋଇଥିବା ଉଦଘାଟନୀ ମ୍ୟାଚରେ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ୍ ଦଳ ୫ ୱିକେଟରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଧୂଳି ଚଟାଇଛି ।
ଅମ୍ବାତି ରାଇଡୁଙ୍କ ଧୁଆଁଧାର ୭୧ ରନ ଏବଂ ଫାଫ୍ ଡୁପ୍ଲେସିସ୍ଙ୍କ ଅପରାଜିତ ୫୮ ରନ ବଳରେ ଚେନ୍ନାଇ ସୁପରକିଙ୍ଗସ୍ ୪ଟି ବଲ ବାକିଥାଇ ୫ ୱିକେଟରେ ମ୍ୟାଚ୍ ଜିତି ନେଇଛି ।
ଆଜିର ମ୍ୟାଚରେ ଟସ୍ ଜିତି ଧୋନୀ ବାହିନୀ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ଦଳ ୯ ୱିକେଟ ହରାଇ ୧୬୨ ରନ୍ କରିଥିଲା । ଦଳ ପକ୍ଷରୁ ସୌରଭ ତିୱାରୀ ୪୨ ରନ କରିଥିବା ବେଳେ କ୍ୱିଣ୍ଟନ ଡିକକ୍ ୩୩ ରନ କରିଥିଲେ ।
ଚେନ୍ନାଇ ପକ୍ଷରୁ ଲୁଙ୍ଗି ନଗଡି ୩ଟି ୱିକେଟ ନେଇଥିବା ବେଳେ ଦୀପକ ଚହର ଓ ରବୀନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ ୱିକେଟ ନେଇ ମୁମ୍ବାଇର ରନ ହାରକୁ ମନ୍ଥର କରିଥିଲେ ।
Comments are closed.