Latest Odisha News

BREAKING NEWS

ଆଗାମୀ ସପ୍ତାହରୁ କୋଭିଡ ଟିକାର ଚୂଡାନ୍ତ ପରୀକ୍ଷଣ ପର୍ଯ୍ୟାୟ ଆରମ୍ଭ କରିବ ସେରମ୍ ଇନଷ୍ଟିଚୁଟ୍‌

ପୁଣେ: ଦେଶରେ ବଢୁଥିବା କୋଭିଡ୍ ସଂକ୍ରମଣ ପରୀପ୍ରେକ୍ଷୀରେ ପୁଣେରୁ ଆସିଛି ଏକ ଭଲ ଖବର । କିଛି ଦିନ ପାଇଁ ସ୍ଥଗିତ ରହିଥିବା ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା କୋଭିଡ ଟିକାର ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷଣ ଆସନ୍ତା ସପ୍ତାହରୁ ପୁଣେର ଶାସୋନ ଜେନେରାଲ ହସ୍ପିଟାଲରେ ଆରମ୍ଭ ହେବ ବୋଲି ଜଣାପଡିଛି । ଏହି ପରୀକ୍ଷଣ ପର୍ଯ୍ୟାୟରେ କୋଭିଡ ଟିକାକୁ ପ୍ରାୟ ଦେଢ ଶହରୁ ଦୁଇ ଶହ ଜଣ ସ୍ୱେଚ୍ଛାସେବୀଙ୍କ ଶରୀରରେ ପରୀକ୍ଷା କରାଯିବ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ ବ୍ରିଟେନରେ ଏହି ଟିକାର ପରକ୍ଷଣ ସମୟରେ ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହୋଇପଡିବା ପରେ ଭାରତରେ ସେପ୍ଟେମ୍ବର ୮ ତାରିଖ ଠାରୁ ଏହି ଟିକା ପରୀକ୍ଷଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା । ତେବେ ବ୍ରିଟେନରେ ସେପ୍ଟେମ୍ବର ୧୨ରେ ପୁଣି ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହେବା ପରେ ଭାରତରେ ସ୍ଥଗିତ ଥିବା ମାନବ ପରୀକ୍ଷଣ ପ୍ରକ୍ରିୟା ପୁଣି ଜାରି ରଖିବା ପାଇଁ ଡିସିଜିଆଇ ଅନୁମତି ଦିଆଯାଇଛି ।

Leave A Reply

Your email address will not be published.