Latest Odisha News

BREAKING NEWS

ବିସିସିଆଇ ନିକଟରେ ଅଭିଯୋଗ କଲା ଚେନ୍ନାଇ

ନୂଆଦିଲ୍ଲୀ: ଆଇପିଏଲ ଫ୍ରଂଚାଇଜ ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ଅପମାନିତ କରାଯାଇଥିବା ନେଇ ବିସିସିଆଇ ନିକଟରେ ଅଭିଯୋଗ କରିଛି । ଆରସିବି ବିପକ୍ଷ ମ୍ୟାଚରେ ଏହି ଘଟଣା ଘଟିଥିବା ଫ୍ରାଂଚାଇଜରଙ୍କ ପକ୍ଷରୁ କୁହାଯାଇଛି । ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ ଅବସରରେ ଷ୍ଟାଡିୟମରେ ଡିଜେ ଟ୍ରାକ ଦୋସା, ଇଡଲୀ, ସମ୍ବର, ଚଟନୀ..ଚଟନୀ ଗୀତ ବାଜିଥିଲା । ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ସଙ୍ଗୀତକାର ଗାନ ଆପ୍ପୁଙ୍କ ଏହି ଗୀତ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏ ନେଇ ଅନେକ ମୀମ୍ସ ପ୍ରସ୍ତୁତ ହୋଇଥିଲା ।

ତେବେ ଚେନ୍ନାଇ ମ୍ୟାଚ ଅବସରରେ ଯେଉଁ ସମୟରେ ଏହି ଗୀତ ବାଜିଲା ତାହା ଠିକ ନ ଥିଲା । ଅପମାନିତ କରାଯିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଗୀତ ବଜା ଯାଇଥିଲା ବୋଲି ଅଭିଯୋଗ କରାଯାଇଛି । ଗତ ବର୍ଷ ଜୀତେଶ ଶର୍ମା ଏହି ଗୀତ ଗାଉଥିବା ଦେଖିବାକୁ ମିଳିଥିଲା । ଚେନ୍ନାଇ ସିଇଓ କାଶୀ ବିଶ୍ୱନାଥ ମଧ୍ୟ ବିସିସିଆଇ ନିକଟରେ ଅଭିଯୋଗ କରାଯାଇଥିବା ସ୍ପଷ୍ଟ କରିଛନ୍ତି । ଏହି ମ୍ୟାଚରେ ଆରସିବି ୨୩ ରନରେ ଚେନ୍ନାଇକୁ ପରାଜିତ କରିଥିଲା । ଆରସିବି ୫ ମ୍ୟାଚରୁ ୮ ପଂଏଟ ହାସଲ କରିଥିବା ବେଳେ ଚେନ୍ନାଇ ସମାନ ସଂଖ୍ୟକ ମ୍ୟାଚରୁ ୪ ପଂଏଟ ହାତେଇଛି ।

Leave A Reply

Your email address will not be published.